ls

କ୍ରିମିଆରେ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଲେ ୟୁକ୍ରେନୀ ସୈନିକ

sb

କ୍ରିମିଆ : କ୍ରିମିଆରେ ଜଣେ ୟୁକ୍ରେନୀ ସୈନିକ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ‘ଦ ସନ୍’ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀ ସୈନିକଙ୍କର ଏହି ବାହାଦୁରି ପାଇଁ ତାଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଛି । ନିଜକୁ ବ୍ରିଜ୍ ସହିତ ଉଡାଇ ଦେଇଛନ୍ତି । ଏହି ବୀର ଯବାନଙ୍କ ନାମ ହେଉଛି ଭିଟାଲି ଶକୁନ୍ । ଭିଟାଲି ଶକୁନ୍ କ୍ରିମିଆ ବୋର୍ଡର୍ର ଖେରସନ୍ ଅଞ୍ଚଳରେ ହେନିଚେସ୍କ ବ୍ରିଜ୍ ଉପରେ ନଜର ରଖିଥିବା ବେଳେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ୟୁକ୍ରେନ୍ ଜେନେରାଲ୍ ଷ୍ଟାଫ୍ ଅଫ୍ ଦ ଆର୍ମଡ୍ ଫୋର୍ସ ନିଜ ଫେସବୁକ୍ ପେଜ୍ରେ କହିଛନ୍ତି ଯେ, ରୁଷ ସେନାକୁ ରୋକିବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜ୍କୁ ଉଡାଇବା । ତେଣୁ ଯବାନ ବ୍ରିଜ୍‌ର ଚାରିପଟରୁ ବିସ୍ଫୋରକ ଲଗାଇ ଦେଇଥିଲେ ଓ ବ୍ରିଜ୍‌କୁ ଉଡାଇବା ସହ ନିଜକୁ ବି ଉଡାଇ ଦେଇଥିଲେ ।

pc pk
Leave A Reply

Your email address will not be published.