ls

ନ୍ୟୁକ୍ଲିୟର୍‌ ଡ୍ରିଲ୍‌ କରି ରୁଷ୍‌ ପ୍ରଦର୍ଶନ କଲା ଶକ୍ତି, ବ୍ଲାକ୍‌ ସି’କୁ ମଧ୍ୟ ଓହ୍ଲାଇଲା ରୁଷିଆନ୍‌ ନେଭି : ୟୁକ୍ରେନ୍‌ ସଙ୍କଟ ଗମ୍ଭୀର

sb

ନୂଆଦିଲ୍ଲୀ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧର ଆଶଙ୍କା ଆହୁରି ବଳିଷ୍ଠ ହେବାରେ ଲାଗିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେ଼ନ୍‌ ସ୍ଥିତି ଉପରେ କଡ଼ା ନଜର ରଖି ଯୁଦ୍ଧକୁ ରୋକିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । କୌଣସି ବି ସମୟରେ ରୁଷ୍‌ ୟୁକ୍ରେନ୍‌ ଉପରେ ନୃଶଂସ ଆକ୍ରମଣ କରିପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏଭଳି ସମୟରେ ରୁଷ୍‌ ବେଲାରୁଷ୍‌ରେ ନ୍ୟୁକ୍ଲିୟର ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବ୍ଲାକ୍‌ ସି’ରେ ମଧ୍ୟ ରୁଷ୍‌ ନୌସେନା ଯୁଦ୍ଧାଭ୍ୟାସ କରିଥିବା ସୂଚନା ମିଳିଛି । ନ୍ୟୁଜ୍‌ ଏଜେନ୍ସି ଅନୁସାରେ ରୁଷ୍‌ ତିନି ଦିଗରୁ ୟୁକ୍ରେନ୍‌କୁ ଘେରି ରଖିଛି । ସୀମାରେ ପାଖାପାଖି ଦେଢ଼ ଲକ୍ଷ ସେନା ମୁତୟନ କରିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନ୍‌ର ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି ।

pc pk
Leave A Reply

Your email address will not be published.