ମସ୍କୋ : ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ବିବାଦ କମିବାର ନାଁ ନେଉନାହିଁ । ଏବେ ଚରମ ସୀମାରେ ପହଞ୍ଚିଛି ବିବାଦ । ଏହି ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । ଏମିତି ସମୟରେ ରୁଷ୍ ସେନା ୟୁକ୍ରେନ୍କୁ ଆହୁରି ଘେରିବାକୁ କସ୍ରତ ଜାରି ରଖିଛି । ନୂତନ ସେଟେଲାଇଟ୍ ଫଟୋରୁ ଜଣାପଡ଼ୁଛି ଯେ, ସାମରିକ ଠିକଣାରେ ରୁଷ୍ ସୈନ୍ୟଙ୍କ ଭିଡ଼ ଜମିବାରେ ଲାଗିଛି । ଏପିରିକି ଯୁଦ୍ଧ ସାମଗ୍ରୀ ମଧ୍ୟ ପହଞ୍ଚିଛି । ଏୟାର ଡିଫେନ୍ସ ସିଷ୍ଟମ ମୁତୟନ ମଧ୍ୟ ପଛରେ ନାହିଁ । ଏଭଳି ଅବସ୍ଥାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି ।