om academy

ଟ୍ୟୁସନ୍‌ ସାର୍‌ଙ୍କ ସହ ପ୍ରେମ : ମନ୍ଦିରରେ ବିବାହ, ତାପରେ ସିଧାସଳଖ ପୋଲିସ ଷ୍ଟେସନରେ ପହଂଚିଲେ ନବ ଦମ୍ପତ୍ତି

jsm

ଧାନବାଦ୍ : ଶିକ୍ଷକ ଏବଂ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ଓଲିଉଡ୍ କିମ୍ବା ବଲିଉଡ୍ ଏପରି ପ୍ରେମ କାହାଣୀରେ ପରିପୂର୍ଣ୍ଣ, ଯେଉଁଥିରେ ଏହି ସମ୍ପର୍କ ଚିତ୍ରିତ ହୋଇଥାଏ । ଯାହାବି ହେଉ, ପ୍ରେମ ପ୍ରତିବନ୍ଧକ ମାନେ ନାହିିଁ । ଏଥିପାଇଁ ପ୍ରେମ ଅଂଧ ବୋଲି କୁହାଯାଇଛି ସମାଜରେ । ଯେଉଁମାନେ ଭଲ ପାଆନ୍ତି, ସେମାନେ ପ୍ରତ୍ୟେକ ସୀମା ଭାଙ୍ଗନ୍ତି । ଏହାର ଅନେକ ଉଦାହରଣ ରହିଛି ଧାନବାଦ୍‌ରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା, ଯେତେବେଳେ ଜଣେ ଛାତ୍ରୀ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକଙ୍କ ପ୍ରେମରେ ପଡିଥିଲେ । ଟ୍ୟୁସନ୍‌ ପଢ଼ିବା ଭିତରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ । ପୁଣି ଶୀଘ୍ର ଦୁହେଁ ପରସ୍ପର ଏକ ହୋଇଯିବାକୁ ସ୍ଥିର କଲେ । କେବଳ ଏତିକି ନୁହେଁ, ମନ୍ଦିରରେ ବିବାହର କିଛି ସମୟ ପରେ ଏହି ନବ ବିବାହିତ ଦମ୍ପତ୍ତି ସିଧା ମହିଳା ପୋଲିସ ଷ୍ଟେସନକୁ ଯାଇ ସେମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ ।

ଧାନବାଦ ଜିଲ୍ଲାର ବାଲିପୁର ପୋଲିସ ଷ୍ଟେସନ ଅଞ୍ଚଳର ସୁୱରିଆ ଗ୍ରାମରେ ରହୁଥିବା ଜଣେ ଶିକ୍ଷକ ଛାତ୍ରୀଙ୍‌ଙ୍କୁ ବିବାହ କରି ଧାନବାଦ୍ ମହିଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପ୍ରେମୀ ଯୁଗଳ ମହିଳା ପୋଲିସ ଷ୍ଟେସନରେ ସେମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ । ପ୍ରେମିକ ଯୁବତୀକୁ ଟ୍ୟୁସନ ପଢ଼ାଉଥିଲେ । ଏହି ଦମ୍ପତି ପୋଲିସକୁ କହିଥିଲେ ଯେ, ଟ୍ୟୁସନ ସମୟରେ ସେମାନଙ୍କ ସ୍ନେହ ପ୍ରେମରେ ପରିଣତ ହୋଇଥିଲା । ଯେତେବେଳେ ଝିଅର ପରିବାର ଅନ୍ୟତ୍ର ଝିଅର ବିବାହ ସ୍ଥିର କରିଥିଲେ, ସେତେବେଳେ ଦୁହେଁ ନିଜ ପରିବାରକୁ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ । କିନ୍ତୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏଥିପାଇଁ ଦୁହେଁ ନିଜ ପ୍ରେମକୁ ସାକାର କରିବା ପାଇଁ ବିବାହ କରିଥିଲେ ମନ୍ଦିରରେ ।

Leave A Reply

Your email address will not be published.