ଜାପାନରେ ଘାତକ ତୁଷାରପାତ : ଅନେକ ଘରେ ବିଦ୍ୟୁତ୍ ନାହିିଁ, ୧୭ ମୃତ, ​​୯୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଜାପାନରେ ଚାଲିଥିବା ମାରାତ୍ମକ ତୁଷାରପାତରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତୁଷାରପାତ ଯୋଗୁଁ ଶହ ଶହ ଘର ବିଦ୍ୟୁତ ହରାଇଛନ୍ତି । ସୋମବାର ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ସପ୍ତାହରେ, ଉତ୍ତରୀ କ୍ଷେତ୍ରରେ ପ୍ରବଳ ଶୀତ ଓ ପ୍ରବଳ ତୁଷାରପାତ ଯୋଗୁଁ ଶହ ଶହ ଯାନବାହାନ ରାଜପଥରେ ଅଟକି ରହିଛି । ବିତରଣ ସେବାରେ ବିଳମ୍ବ ହୋଇଛି ଏବଂ କେବଳ ଶନିବାର ଦିନ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଖ୍ରୀଷ୍ଟମାସ ସପ୍ତାହ ଶେଷରେ ପ୍ରବଳ ତୁଷାରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ସୋମବାର ୧୭ରେ ପହଂଚିଥିବା ବେଳେ ଆହତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି । ଅଗ୍ନି ଏବଂ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘରର ଛାତରୁ ବରଫ କାଟିବା ବେଳେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି । ତୁଷାରପାତରେ ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କୁ ମ୍ୟୁନିସିପାଲିଟି କର୍ମଚାରୀମାନେ ତୁଷାର ସଫା କରିବା ସମୟରେ ସତର୍କ ରହିବାକୁ ଏବଂ ଏକାକୀ ସଫା କାମ ନକରିବାକୁ ନିବେଦନ କରିଛନ୍ତି । ଏଜେନ୍ସି କହିଛି ଯେ, ୭୦ ବର୍ଷର ଜଣେ ମହିଳା ଛାତରୁ ଖସିପଡି ବରଫ ତଳେ ପୋତି ହୋଇପଡ଼ିବା କାରଣରୁ ମୃତ୍ୟୁବରଣ କରିଥିଲେ । ଏହି ମାମଲା ୟାମାଗାଟା ପ୍ରଦେଶର ନାଗାଇ ସହରର ଅଟେ, ଯାହା ଟୋକିଓର ୩୦୦ କିଲୋମିଟର ଉତ୍ତରରେ ଅବସ୍ଥିତ ।

Leave A Reply

Your email address will not be published.