ସାମୁଦ୍ରିକ ଝଡ଼ ‘ତୌକତେ’ର ପ୍ରଚଣ୍ଡ ପ୍ରତିକ୍ରିୟା : ମୁମ୍ବାଇରେ ସକାଳୁ ଜାରି ରହିଛି ବର୍ଷା, ୨୦ ଘଣ୍ଟା ଧରି ଅନେକ ଅଂଚଳରେ ବିଜୁଳି ନାହିିଁ

ମୁମ୍ବାଇ : ସାମୁଦ୍ରିକ ଝଡ଼ ‘ତୌକତେ’ ଧ୍ୱଂସ ଲୀଳା ଜାରି ରଖିଛି । ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାଡେ଼ଇ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ଗତି କରିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୩ ବର୍ଷ ମଧ୍ୟରେ ଗୁଜୁରାଟରେ ଘୂର୍ଣ୍ଣିବଳୟ ‘ତୌକତେ’ ସବୁଠାରୁ ଭୟଙ୍କର ଘୂର୍ଣ୍ଣିବଳୟ ବୋଲି ପ୍ରମାଣିତ ହୋଇଛି ।

ମୁମ୍ବାଇ ନିକଟରେ ଥିବା ଭିରାର ୱେଷ୍ଟକୁ ୨୦ ଘଣ୍ଟା ଧରି ବିଜୁଳି ଦିଆଯାଇ ପାରିନାହିଁ । ସକାଳୁ ଏହି ଅଂଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି । ସେହିଭଳି ସାଧାରଣ ଜନସେବା ଅନ୍ୟ କେତେକ କ୍ଷେତ୍ରରେ ପ୍ରଭାବିତ ହେବାର ଖବର ପାଇବା ପରେ ପ୍ରଶାସନ ପରିସ୍ଥିତିକୁ ତ୍ୱରାନ୍ୱିତ କରିବା ଦିଗରେ କାର୍ୟ୍ୟ କରୁଛି ।

ଏହାପୂର୍ବରୁ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ସାଇକ୍ଲୋନିକ୍ ଝଡ ‘ତୌକତେ’ର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଥିଲା ​​ଏବଂ ଏହି ସମୟ ମଧ୍ୟରେ ମୁମ୍ବାଇରେ ପ୍ରବଳ ପବନ ସହ ପ୍ରବଳ ବର୍ଷା ହୋଇଥିଲା । ମହାରାଷ୍ଟ୍ରର ଅଧିକାରୀମାନେ କହିଛନ୍ତି ଯେ, କୋଂକଣ ଅଞ୍ଚଳରେ ପ୍ରବଳ ଘୂର୍ଣ୍ଣି ଝଡ଼ ସହିତ ବିଭିନ୍ନ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ରାୟଗଡ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.