om academy

ତାମିଲନାଡୁରେ ତିନି ଦିନ ହେଲା ଜାରି ରହିଛି ବର୍ଷା : ୫ ମୃତ, ୫ଶହରୁ ଅଧିକ ଲୋକ ବାସହରା

jsm

ଚେନ୍ନାଇ : ତାମିଲନାଡୁରେ ଲଗାତର ତିନି ଦିନ ହେଲା ବର୍ଷାଜାରି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୫ଶହରୁ ଅଧିକ ଲୋକ ବାସହରା ହୋଇଥିବା ସୂଚନା ମିଳିଛି । ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬.୮୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ କେକେଏସ୍‌ଆର୍‌ ରାମଚନ୍ଦ୍ରନ ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଏନଡିଆର୍‌ଏଫ୍‌ ଟିମ ଜରିଆରେ ଉଦ୍ଧାର କରାଯାଇଛି । ଅନ୍ୟପଟେ ସମୁଦ୍ର ଭିତରକୁ ୯ରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.