
ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା : ଏନ୍କାଉଣ୍ଟର୍ରେ ଜୈଶ୍-ଏ-ମହମ୍ମଦ୍ କମାଣ୍ଡର୍ଙ୍କ ସମେତ ୫ ଆତଙ୍କବାଦୀ ନିହତ

ଜମ୍ମୁ : ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନ୍କାଉଣ୍ଟର୍ରେ ୫ ଆତଙ୍କବାଦୀ ନିହତ ହୋଇଥିବା ନେଇ କଶ୍ମୀର ପୁଲିସ ଟୁଇଟ୍ କରି ସୂଚନା ଦେଇଛି । ଟୁଇଟ କରି କଶ୍ମୀର ପୁଲିସ ଲେଖିଛି ଯେ, ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନ୍କାଉଣ୍ଟର୍ରେ ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଏଲ୍ଇଟି’ ଏବଂ ‘ଜେଇଏମ୍’ର ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତମାନଙ୍କ ମଧ୍ୟରେ ଅଛନ୍ତି ‘ଜେଇଏମ୍’ର କମାଣ୍ଡର୍ ଆତଙ୍କବାଦୀ ଜହିଦ ୱାନି ଏବଂ ଜଣେ ପାକିସ୍ତାନୀ ଆତଙ୍କବାଦୀ । ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ସଫଳତା : ‘ଆଇଜିପି’ କଶ୍ମୀର ।
