ସୁପ୍ରିମ୍‌କୋଟରେ ମଧ୍ୟ କରୋନା ଘନଉଛି

ନୂଆଦିଲ୍ଲୀ : ସୁପ୍ରିମ୍‌କୋଟରେ କରୋନା ଆତଙ୍କ ଖେଲାଇ ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସୁପ୍ରିମ୍‌କୋଟର ୧୦ ଜଣ ବିଚାରପତିଙ୍କ ସହ ଶତକଡା ୩୦ ଭାଗ କର୍ମଚାରୀଙ୍କ ରିର୍ପୋଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଏହି ସଂକ୍ରମଣ କୋଟର କାମ ଉପରେ ପ୍ରଭାବ ପକାଇଛି । ଯେଉଁ କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ ହାଲକା ସଂକ୍ରମଣ ଲକ୍ଷଣ ରହିଛି ସେମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବା ପାଇଁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ୩୦ ଜଣ ଜଜ୍‌ଙ୍କ ମଧ୍ୟରୁ ୧୦ ଜଣ ଜଜ୍‌ଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨ ଜଣ ବିଚାରପତି ନେଗେଟିଭ୍‌ ହୋଇ ପୁଣି କାମକୁ ଫେରିଥିବା ଜଣାପଡିଛି । ବର୍ତ୍ତମାନ ୮ ଜଣ ହୋମ୍‌ ଆଇସୋଲେସନ୍‌ରେ ଥିବା ସୂଚନା ରହିଛି ।

Leave A Reply

Your email address will not be published.