centurian jitm

ପିଏମ ମୋଦୀଙ୍କ ସୁରକ୍ଷାରେ ଅବହେଳା ପ୍ରସଙ୍ଗ : ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି, ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରା ଅଧ୍ୟକ୍ଷ ହେବେ

nschool

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ କୋର୍ଟ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ସମଗ୍ର ଘଟଣାର ଅନୁସନ୍ଧାନ କରିବ । ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟିରେ ଏନଆଇଏ.ର ଡିଜି, ପଞ୍ଜାବର ଡିଜି ସୁରକ୍ଷା ଅନୁସନ୍ଧାନ କମିଟିରେ ଅନ୍ତର୍ଭୁକ୍ତ । ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବତନ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଗଠିତ ଏହି କମିଟିକୁ ରିପୋର୍ଟ ଦାଖଲ ପାଇଁ କୌଣସି ସମୟ ସୀମା ଦିଆଯାଇନାହିଁ । କମିଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ । ଏକପାଖିଆ ତଦନ୍ତ ଅଭିଯୋଗକୁ ହଟାଇବା ପାଇଁ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୋଲିସର ମହାନିର୍ଦ୍ଦେଶକ ଚଣ୍ଡିଗଡ଼ ମଧ୍ୟ ଏହି କମିଟିର ଏକ ଅଂଶ ହେବେ ।

Leave A Reply

Your email address will not be published.