ନିର୍ମାଣାଧୀନ ସୁଡ଼ଙ୍ଗ ଭୁଷୁଡ଼ିଲା : ଫସିଲେ ୯ ଶ୍ରମିକ, ସୁରକ୍ଷିତ ଭାବେ ୫ ଉଦ୍ଧାର

ଭୋପାଳ : ମଧ୍ୟପ୍ରଦେଶର କଟ୍‌ନୀରେ ନିର୍ମାଣାଧୀନ ଷୁଡ଼ଙ୍ଗ ଭୁଷୁଡ଼ି ପଡ଼ିବାରୁ ୯ ଜଣ ଶ୍ରମିକ ସେ ଭିତରେ ଫସି ରହିଥିବା ବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରଶାସନ ଅନୁସାରେ ସମୁଦାୟ ୯ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଥିଲେ । ଉଦ୍ଧାର କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଥିବା ବେଳେ ୫ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିଛି । ତେବେ ଆଉ ୪ ଜଣ ଶ୍ରମିକ ସୁଡ଼ଙ୍ଗ ଭିତରେ ଫଶି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋର୍‌ସୋର୍‌ ଉଦ୍ୟମ ଚାଲିଛି । ଏ ସଂପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସୂଚନା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଡିଏମ୍‌ ପ୍ରିୟାଙ୍କ୍‌ ମିଶ୍ରଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଛନ୍ତି ।

Leave A Reply

Your email address will not be published.