ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଯେ, ନୂତନ ବର୍ଷର ନୂଆ ସକାଳ ନୂତନ ଶକ୍ତି ସହିତ ଆମ ଜୀବନରେ ନୂତନ ସୁଖ, ଲକ୍ଷ୍ୟ, ପ୍ରେରଣା ଏବଂ ମହାନ ସଫଳତା ନେଇ ଆସୁ । ଆସନ୍ତୁ ଏହି ସୁଯୋଗରେ ଜାତିର ଏକତା, ଅଖଣ୍ଡତା ଏବଂ ଅନ୍ତର୍ଭୁକ୍ତି ଅଭିବୃଦ୍ଧିରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ନେବା । ନୂତନ ବର୍ଷ ଅବସରରେ ମୁଁ ସମସ୍ତ ଦେଶବାସୀ ତଥା ବିଦେଶରେ ଅବସ୍ଥାପିତ ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

Leave A Reply

Your email address will not be published.