ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ପରିସ୍ଥିତିରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନିର୍ବାଚନ ପ୍ରଚାରରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି । ସେପଟେ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ଆଇଟି ସେଲ୍ ଦାୟିତ୍ୱରେ ଥିବା ଅମିତ ମାଲଭିଆ ଗୁରୁତର ଅଭିଯୋଗ ଆଣିଛନ୍ତି ।
ଅମିତ ମାଲଭିଆ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଆରଟିଆଇର ଏକ କପି ସେୟାର କରିଛନ୍ତି । ଅମିତ ମାଲଭିୟା ଦାବୀ କରିଛନ୍ତି ଯେ, ସୋନିଆ ଗାନ୍ଧୀ ଗତ ଦେଢ଼ ବର୍ଷ ଧରି ତାଙ୍କ ଘରର ଭଡା ଦେଇନାହାଁନ୍ତି ।