ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦୀ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ । ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ବିଲାସପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ (ଏଆଇଆଇଏମ୍‌ଏସ୍‌)ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ପ୍ରାୟ ୩.୧୫ରେ କୁଲୁର ଧଲପୁର ଗ୍ରାଉଣ୍ଡରେ ପହଞ୍ଚିବେ । ଯେଉଁଠାରେ ସେ କୁଲୁ ଦଶହରା ଉତ୍ସବରେ ସାମିଲ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.