ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି । ଫଳରେ ଷ୍ଟକ ବଜାରର ନିବେଶକମାନଙ୍କ ସମ୍ପତ୍ତିରେ ୧୩.୩ ଲକ୍ଷ କୋଟି ଟଙ୍କାର ହ୍ରାସ ହୋଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟି ୩୧୧ ପଏଣ୍ଟ ହ୍ରାସ ପାଇ ୧୭,୦୧୬ ପଏଣ୍ଟରେ ବନ୍ଦ ହୋଇଛି ।

Leave A Reply

Your email address will not be published.