ଯଦି ପାକିସ୍ତାନ ଆତଙ୍କ ସୃଷ୍ଟି କରେ, ତେବେ ଆମେ ଜବାବ ଦେବା ପାଇଁ ସ୍ଥାନ ବାଛିବୁ ଏବଂ ସମୟ ମଧ୍ୟ : ସେନା ମୁଖ୍ୟ

ନୂଆଦି‌ଲ୍ଲୀ : ଭାରତର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପାକିସ୍ତାନର ନିନ୍ଦନୀୟ ଆତଙ୍କୀ ଅଭ୍ୟାସ ସମ୍ପର୍କରେ ଭାରତର ନୀତିକୁ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ମଙ୍ଗଳବାର ଦିନ ନରୱାଣେ କହିଛନ୍ତି ଯେ, ପାକିସ୍ତାନ କ୍ରମାଗତ ଭାବରେ ଏହାର ଦେଶ ନୀତି ଅନୁଯାୟୀ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି, ଯଦିଓ ଆତଙ୍କବାଦ ବିରୋଧରେ ଆମର ଶୂନ୍ୟ ସହନଶୀଳତା ରହିଛି । ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦି ପାକିସ୍ତାନ ପକ୍ଷରୁ କୌଣସି ଆତଙ୍କବାଦୀ କାର୍ୟ୍ୟକଳାପ ହୁଏ, ତା’ହେଲେ ଆମ ପସନ୍ଦର ସମୟ ଏବଂ ସ୍ଥାନରେ ଉତ୍ତର ଦେବାକୁ ଆମର ସମସ୍ତ ଅଧିକାର ଅଛି ।

ସେନା ମୁଖ୍ୟ କହିଛନ୍ତି ଯେ, ଆମେ ସୀମା ପାର କରି ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛୁ ଯେ କୌଣସି ପ୍ରକାର ଆତଙ୍କବାଦୀ କାର୍ୟ୍ୟକଳାପକୁ ଆମେ ବରଦାସ୍ତ କରିବୁ ନାହିଁ । ସେ କହିଛନ୍ତି ଯେ, ଆତଙ୍କବାଦ ଉପରେ ଆମର ନୀତି ଶୂନ୍ୟ ସହନଶୀଳତା ଅଟେ । ଭାରତ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ସମର୍ଥିତ ଆତଙ୍କବାଦ କାର୍ୟ୍ୟକଳାପକୁ ମଧ୍ୟ ଆମେ ସହ୍ୟ କରିପାରିବୁ ନାହିଁ । ଯଦି କିଛି ଘଟେ ତେବେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡିବ ।

Leave A Reply

Your email address will not be published.