oum

ସେଲ୍‌ଫି ହେଲା କାଳ : ଚାଲିଗଲା ୪ ଜଣ ଯୁବକ ଜୀବନ

jsm

ହରିଆଣା : ହରିଆଣାର ଗୁରୁଗ୍ରାମରେ ଗତକାଲି ଅପରାହ୍ନରେ ୪ ଜଣ ଯୁବକ ସେଲ୍‌ଫି ନେଉଥିବା ସମୟରେ ଟ୍ରେନ ମାଡ଼ି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ଟା ୪୮ରେ ଜନଶତାବ୍ଦୀ ଏକ୍ସପ୍ରେସ ଗୁରୁଗ୍ରାମ ରେଳ ଷ୍ଟେସନରୁ ଛାଡ଼ିଥିଲା । କିଛି ଦୂରରେ ଥିବା ବସଇ ଧନକୋଟ ଷ୍ଟେସନ ନିକଟରେ ୪ ଜଣ ଯୁବକ ଟ୍ରେନ ଆସୁଥିବା ଟ୍ରାକ୍‌ ଉପରକୁ ଯାଇ ଅତି ନିକଟରୁ ଟ୍ରେନ ସହିତ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଠିକ୍‌ ଏହି ସମୟରେ ଟ୍ରେନ୍‌ଟି ଦ୍ରୁତଗତିରେ ଆସି ଦେଖୁ ଦେଖୁ ତାଙ୍କ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଂଚି କ୍ଷତ ବିକ୍ଷତ ମୃତ ଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.