ଜୀବନ ଜିନ୍ଦାବାଦ : ଉଦ୍ଧାର ହେଲା ରାହୁଲ, ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା

ରାୟପୁର : ଜୀବନ ଜିନ୍ଦାବାଦ । ଉଦ୍ଧାର ହେଲା ରାହୁଲ । ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା । ଦୀର୍ଘ ୫ ଦିନ, ୪ ରାତି ବୋରୱେଲର ସଂକୀର୍ଣ୍ଣ ଗାତ ଭିତରେ ଫସିଥିବା ରାହୁଲ ଗତ ବିଳମ୍ବିତ ରାତିରେ ଉଦ୍ଧାର ହେଲା । ବୋରୱେଲର ଗାତରେ ଦୀର୍ଘ ୧୦୫ ଘଣ୍ଟା କାଳ ମରଣ ସହ ସଂଘର୍ଷ କରି ରାହୁଲ ଜିତି ଯାଇଛି । ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ସୁରକ୍ଷିତ ଭାବରେ ବାହାରିଛି ବୋରୱେଲର ସଂକୀର୍ଣ୍ଣ ଗାତ ଭିତରୁ । ରାହୁଲକୁ ଉଦ୍ଧାର କରାଯିବା ପରେ ଯବାନଙ୍କ ଜିନ୍ଦାବାଦା ନାରାରେ ଫାଟି ପଡିଥିଲା ସାରା ଘଟଣାସ୍‌ସ୍ଥଳ । ଉପସ୍ଥିତ ଜନତା, ଅଧିକାରୀ ସମସ୍ତେ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ, ଶୁଭେଚ୍ଛା ଜଣେଇଥିବା ବେଳେ ରାହୁଲକୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଟିମ୍‌ ସଦସ୍ୟଙ୍କ ଆଖିରେ ଆନନ୍ଦ ଲୁହ ଦେଖିବାକୁ ମିଳିଛି । ରାହୁଲ ଉଦ୍ଧାର ହେବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି, ସେ ସୁସ୍ଥ ଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅକ୍ସିଜେନ ଦେଇ ରାହୁଲକୁ ଷ୍ଟ୍ରେଚରରେ ହସ୍ପିଟାଲ ନିଆଯାଇଛି । ଛତିଶଗଡରେ ଏହା ସବୁଠୁ ବଡ ଓ ସଫଳ ଅପରେସନ ବୋଲି କୁହାଯାଉଛି । ବୋରୱେଲ ଗାତରେ ଫସିଥିବା ଦିବ୍ୟାଙ୍ଗ ନାବାଳକକୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ, ଏସଡିଆରଫ ଟିମ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦିନରାତି ଅଂଟାଭିଡ଼ି ଲାଗି ପଡ଼ିଥିଲେ ।

Leave A Reply

Your email address will not be published.