ନୂଆଦିଲ୍ଲୀ : କୁହାଯାଏ ଅସୁବିଧା ସମୟରେ ବନ୍ଧୁ ହିଁ କାମରେ ଆସିଥାଏ ହେଲେ ଯଦି ସେହି ବନ୍ଧୁ ହିଁ ଶତ୍ରୁ ପାଲଟିଯାଏ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ସହ । ଅସୁବିଧା ସମୟରେ ଏହି ବ୍ୟକ୍ତି ନିଜ ବନ୍ଧୁଙ୍କ ଉପରେ ଭରସା କରିଥିଲେ । ହେଲେ ସେ ଜାଣିନଥିଲେ ତାଙ୍କର ବନ୍ଧୁ ସମ୍ପତ୍ତି ଲୋଭରେ କେବଳ ଯେ, ତାଙ୍କୁ ନୁହେଁ ବରଂ ଗୋଟି-ଗୋଟି କରି ତାଙ୍କ ପରିବାରର ୬ ସଦସ୍ୟଙ୍କୁ ହତ୍ୟା କରିଦେବ । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି । ଏହି ବର୍ବର ହତ୍ୟାକାଣ୍ଡ ଘଟିଛି ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ସ୍ଥାନୀୟ ମକଲୁର ଗ୍ରାମର ମାଙ୍ଗଳୀ ପ୍ରସାଦଙ୍କ ସହ ଘଟିଛି ଏହି ଘଟଣା । ପ୍ରସାଦଙ୍କ ବନ୍ଧୁ ହିଁ ତାଙ୍କ ପତ୍ନୀ, ଦୁଇ ସନ୍ତାନ ଏବଂ ଦୁଇ ଭଉଣୀଙ୍କୁ ନିର୍ମମ ହତ୍ୟା କରିଛି । ପ୍ରକୃତରେ ଏହି ପରିବାର ମକୁଲର ଛାଡ଼ି ମାକାରେଡ୍ଡୀ ଗ୍ରାମରେ ରହୁଥିଲେ । ଖବର ଅନୁଯାୟୀ, ପରିବାର ମାକାରେଡ୍ଡୀରେ ରହୁଥିବାବେଳେ ମକଲୁରେ ଛାଡ଼ି ଆସିଥିବା ଘରକୁ ମାଙ୍ଗଳୀ ପ୍ରସାଦଙ୍କ ବନ୍ଧୁ ଗୋଲା ପ୍ରଶାନ୍ତ ଦେଖାଶୁଣା କରୁଥିଲେ । ତେବେ ମାକାରେଡ୍ଡୀ ଆସିବା ପରେ ପ୍ରସାଦ ଆର୍ଥିକ ସମସ୍ୟାର ସାମ୍ନା କରିଥିଲେ । ତେଣୁ ସେ ନିଜର ମକୁଲରେ ଥିବା ଘର ତଥା ଜମିକୁ ବିକିବାକୁ ଚାହିଥିଲେ । ହେଲେ ପୂର୍ବରୁ ଏକ ମାମଲା କାରଣରୁ ସେ ଏହି ଜମିକୁ ବିକ୍ରି କରିପାରୁନଥିଲେ । ଆଉ ଏହି ସମୟରେ ତାଙ୍କ ସାଙ୍ଗ ପ୍ରଶାନ୍ତ ତାଙ୍କୁ ତାଙ୍କ ନାଁରେ କରିଦେବାକୁ କହିଥିଲେ । ଯାହାଦ୍ୱାରା ଏହି ଜମି ବିକ୍ରି ହୋଇପାରିବ । ଆଉ ପ୍ରସାଦ ମଧ୍ୟ ତାହାହିଁ କରିଥିଲେ। ହେଲେ ପ୍ରଶାନ୍ତ ଚାଲାକି କରି ନିଜ ନାଁକୁ ଉକ୍ତ ଜମି ନେଇଯାଇଥିଲେ । ଆଉ ପ୍ରସାଦଙ୍କୁ ଟଙ୍କା ଦେଇନଥିଲେ । ତେବେ ପ୍ରସାଦ କିନ୍ତୁ ତାଙ୍କ ଜମି ବାବଦକୁ ଟଙ୍କା ଦେବାକୁ ପ୍ରଶାନ୍ତଙ୍କ ଉପରେ ଚାପ ପକାଉଥିଲେ । ହେଲେ ଲୋଭର ବଶବର୍ତ୍ତୀ ହୋଇ ପ୍ରଶାନ୍ତ, ପ୍ରସାଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଆଉ ନିଜର ଦୁଇ ସହଯୋଗୀଙ୍କୁ ମଧ୍ୟ ଏହି ହତ୍ୟାରେ ସାମିଲ୍ କରିଥିଲେ । ସେ ପ୍ରସାଦଙ୍କୁ ନିଜାମାବାଦ-କାମାରେଡ୍ଡୀ ଜାତୀୟ ରାଜପଥ ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ହତ୍ୟା କରିଥିଲେ । ଏହାପରେ ତାଙ୍କ ପତ୍ନୀ, ପ୍ରସାଦଙ୍କ ବଡ଼ ଭଉଣୀ, ଦୁଇ ସନ୍ତାନ ଏବଂ ପରେ ସାନ ଭଉଣୀକୁ ହତ୍ୟା କରିଥିଲେ । ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଡିସେମ୍ବର ୧୪ରେ ସ୍ଥାନୀୟ ଲୋକେ ଜଣେ ଅଜଣା ମହିଳାଙ୍କ ମୃତ ଦେବ ମିଳିବା ନେଇ କାମାରେଡ୍ଡୀ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ୍ ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ଏସ୍ପି ସିନ୍ଧୁ ଶର୍ମାଙ୍କ କହିବା ଅନୁଯାୟୀ ଶବର ପରିଚୟ ଏବଂ ଅଭିଯୁକ୍ତଙ୍କ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ସେପେଟ ପ୍ରସାଦଙ୍କ ମାଆ ସୁଶୀଲାଙ୍କୁ ହତ୍ୟା କରି ସବୁ କିଛି ଶେଷ କରିବାକୁ ଚାହୁଥିବା ପ୍ରଶାନ୍ତ ମଙ୍ଗଳବାର ପ୍ରସାଦଙ୍କ ମାଆଙ୍କୁ ମାରିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ହେଲେ ସୁଶୀଲାଙ୍କୁ ମାରିବାକୁ ଉଦ୍ୟମ କରିବା ବେଳେ ସେ ଖସିଯାଇଥିଲେ । ଏହି ସମୟରେ ଗାନ୍ଧାରୀ ଛକଠାରେ ଅଜଣା ମୃତ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ପୋଲିସ ସହ ତାଙ୍କର ସାମ୍ନା ହୋଇଥିଲା । ଆଉ ଏଭଳି ଭାବରେ ଧରାପଡ଼ିଥିଲା ପ୍ରଶାନ୍ତ । ଏହା ପରେ ପୋଲିସ୍ର ପଚରାଉଚରାରେ ସବୁ କଥା ସାମ୍ନାକୁ ଆସିଛି । ଏସ୍ପି କହିଛନ୍ତି । ଅଭିଯୁକ୍ତ ପାଖରୁ କାର୍ ବାଇକ୍ , ଘରର ରେଜିଷ୍ଟ୍ରି କାଗଜ, ୩୦ ହଜାର ଟଙ୍କା ରସି ଆଦି ଜବତ ହୋଇଛି ।
Prev Post