jayashree

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦ୍‌ଘାଟନ କଲେ ମାନ୍ୟବର ଉପରାଷ୍ଟ୍ରପତି

  • ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ- ମାନ୍ୟବର ଉପରାଷ୍ଟ୍ରପତି ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ : ଧର୍ମେନ୍ଦ୍ର ପ୍ରଧାନ
    • ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷା ଅନୁଷ୍ଠାନ ନୁହେଁ, ଲୋକଙ୍କ ଭାବାବେଗ ସହ ଜଡ଼ିତ
    • ଜାତୀୟ ଶିକ୍ଷା ନୀତିର ସମସ୍ତ ଉପକ୍ରମକୁ କାର୍ୟ୍ୟକାରୀ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ଅଭିନନ୍ଦନ
    • ୨୦୪୭ ସୁଦ୍ଧା ନାଗରିକଙ୍କ ଜୀବନଶୈଳି ପରିବର୍ତନ କରିବା ନେଇ କଳ୍ପନା ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ । ଉଚ୍ଚ ଶିକ୍ଷା ଯଦି ଗୁଣାତ୍ମକ ମାନର ହେବ ତେବେ ଦେଶର ବିକାଶ ପଥକୁ ପରିବର୍ତନ କରିପାରିବ ବୋଲି ରବିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ କହିଛନ୍ତି । ତୃଣମୂଳ ସ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାକୁ ପହଁଚାଯାଇ ଶିକ୍ଷାକୁ ସର୍ବବ୍ୟାପୀ ଓ ସମାବେଶୀ କରିବା ପାଇଁ ଉପରାଷ୍ଟ୍ରପତି ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଗ୍ରାମାଂଚଳର ଯୁବପିଢିଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମାନବ ବିକାଶ, ରାଷ୍ଟ୍ର ନିର୍ମାଣ ତଥା ବିଶ୍ୱ ପାଇଁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବିଦ୍ୟାଳୟ ନୂଆ ଆଇଡ଼ିଆ ଦ୍ୱାରା ସମାଜର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଦରକାର ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ଲାଭ ସହ ଶିକ୍ଷାର ସବୁ ଦିଗକୁ ପ୍ରାଧନ୍ୟ ଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଆମର ସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇ ରହିବ । ଭାରତୀୟ ଶିକ୍ଷା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ତିଆରି କରାଯିବ । ଏହି ମର୍ମରେ ଜାତୀୟ ପାଠ୍ୟକ୍ରମ ରୂପରେଖର(ଏନସିଏଫ)ର ଆଧିକାରିକ ନିର୍ଦ୍ଦେଶ ପତ୍ର ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିର ସମସ୍ତ ଉପକ୍ରମକୁ କାର୍ୟ୍ୟକାରୀ କରିବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଶ୍ୱର ସମସ୍ୟାର ସମାଧାନର ସୂତ୍ର ବାହାର କରିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିବା ସହ ଏହି ବିଶ୍ୱବିଦ୍ୟାଳୟ ବିଶ୍ୱରେ ଇନକ୍ୟୁବେଟର ଭାବରେ ଉଭା ହୋଇଛି ବୋଲି କହିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ଏହା ଲୋକମାନଙ୍କ ଭାବାବେଗ ସହ ଜଡ଼ିତ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଲୁମିନିକୁ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଗକୁ ଆସି ଦେଶ ପାଇଁ ଏକ ମଡେ଼ଲ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଯୁବକଙ୍କୁ ଶିକ୍ଷାନୁଷ୍ଠାନ କେବଳ ଡିଗ୍ରୀ ପ୍ରଦାନ କରୁଥିବା ବେଳେ ରୋଜଗାର ଲୁକ୍କାୟିତ ହୋଇ ରହୁଛି । ଦକ୍ଷତା ଏକ ଅଭିନ୍ନ ଅଙ୍ଗ ଭାବେ ସମସ୍ତଙ୍କ ସହ ଯୋଡ଼ି ହୋଇଛି । ତେଣୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ଦାୟିତ୍ୱ ନେଉ । ଦକ୍ଷତା ବିକାଶ ଏବଂ ଶିକ୍ଷାର ପରିଧିକୁ ବ୍ୟାପକ କରିବା ସହ ନିଯୁକ୍ତିଦାତାଙ୍କୁ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟ ଲକ୍ଷ୍ୟ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ।
୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ସୁଦ୍ଧା ବିଶ୍ୱର ଗରିବ, ବଂଚିତ, ସାଧାରଣ ଲୋକଙ୍କ ମଡେ଼ଲ୍‌ ଅଫ୍‌ ଲାଇଫ ଷ୍ଟାଇଲ ବା ଜୈବନଶୈଳି ପରବର୍ତନ କରିବାର କଳ୍ପନା ରହିଛି । ଏହା ଭାରତର ଦାୟିତ୍ୱ । ବିଶ୍ୱକୁ ଏକ ପରିବାର ଭାବେ ଭାବୁଥିବା ତଥା ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ ରଖୁଥିବା ଭାରତ ବିଶ୍ୱର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ମହାମହିମ ଉପରାଷ୍ଟ୍ରପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଅବସରରେ ଏକ ସ୍ମାରକୀ ଷ୍ଟାମ୍ପ, ସ୍ମାରକୀ ମୁଦ୍ରା, ଏକ ପୁସ୍ତକ ସମେତ ହିନ୍ଦି, ସଂସ୍କୃତ ଓ ତେଲୁଗୁ ଭାଷାରେ ଦିଲ୍ଲୀ ୟୁନିଭରସିଟି ଅଣ୍ଡର ଗ୍ରାଜୁଏଟ କରିକୁଲମ ଫ୍ରେମୱାର୍କ -୨୦୨୨ର ଉନ୍ମୋଚନ ସହ ବିଶ୍ୱବିଦ୍ୟାଳୟର ସେଂଟିନାରୀ ୱେବସାଇଟର ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.