ଡିସ୍‌କମ୍‌ଗୁଡିକର ପୁରୁଣା ଦେୟ ବୋଝ ଲାଘବ କରିବାକୁ ଶକ୍ତି ମନ୍ତ୍ରଣାଳୟର ଯୋଜନା

• ୧୮ମେ ୨୦୨୨ ସୁଦ୍ଧା ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନକୋ ଗୁଡିକୁ ବିଦ୍ୟୁତ୍ କ୍ରୟ ବାବଦରେ ୧,୦୦,୦୧୮ କୋଟି ଟଙ୍କା ଦେଇନାହାନ୍ତି
• ଏହି ବକେୟା ଅର୍ଥ ପରିଶୋଧ କରିବାକୁ ଡିସ୍‌କମ୍‌ଗୁଡିକୁ ୪୮ଟି ମାସିକିଆ କିସ୍ତି ପ୍ରଦାନ ପାଇଁ ଅନୁମତି ମିଳିପାରେ
• ଏହାଫଳରେ ସମ୍ପୃକ୍ତ ଡିସ୍‌କମ୍‌ଗୁଡିକ ବିଳମ୍ବିତ ଦେୟ ପ୍ରଦାନ ବାବଦ ସର୍‌ଚାର୍ଜ ଜନିତ ପ୍ରାୟ ୧୯,୮୩୩ କୋଟି ଟଙ୍କା ବଂଚାଇପାରିବେ
• ବିଜୁଳି ଗ୍ରାହକ ଏ ବାବଦ ଅର୍ଥର ଲାଭ ପାଇବେ; କାରଣ ଏହାକୁ ଖୁଚୁରା ତାରିଫ ଉପରେ ଲଦାଯିବ ନାହିଁ କିମ୍ବା ଖାଉଟିଙ୍କୁ ଉପରକୁ ଠେଲି ଦିଆଯିବ ନାହିଁ
• ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ରାଜ୍ୟ ପ୍ରତ୍ୟେକ ପ୍ରାୟ ୪୫୦୦ କୋଟି ଟଙ୍କା ଏହି ଯୋଜନାରେ ବଚାଂଇ ପାରିବେ
• ଡିସ୍‌କମ୍‌ରୁ ମାସିକ ସୁନିଶ୍ଚିତ ଅର୍ଥ ପାଇବା ଦ୍ୱାରା ବିଜୁଳି ଉତ୍ପାଦନକାରୀ କମ୍ପାନୀ ସମୂହ ଉପକୃତ ହେବେ

ନୂଆଦିଲ୍ଲୀ, (ପିଆଇବି) : ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସ୍‌କମ୍‌ଗୁଡିକ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନ୍‌କୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନ ଥିବା ଡିସ୍‌କମ୍‌ଗୁଡିକର ଆର୍ଥିକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି।
ଡିସ୍‌କମ୍‌ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ୍ ସମୟରେ ପୈଠ କରୁ ନ ଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି । କୋଇଲା କ୍ରୟ, ଦୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ୟ୍ୟ ପାଇଁ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି । ତେବେ ବିଜୁଳି କିଣୁଥିବା ଡିସ୍‌କମ୍‌ମାନେ ଠିକ୍ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ ତାହାର ସିଧାସଳଖ ପ୍ରଭାବ ପଡୁଛି । ‘ପ୍ରାପ୍ତୀ ପୋର୍ଟାଲ’ରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୨ ମଇ ୧୮ତାରିଖ ସୁଦ୍ଧା ଡିସ୍‌କମ୍‌ଗୁଡିକ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କୁ ୧,୦୦,୦୧୮ କୋଟିରୁ ଅଧିକ ଟଙ୍କା ଦେଇନାହାନ୍ତି । ଏହି ବିପୁଳ ଅର୍ଥ ମଧ୍ୟରେ ବିବାଦୀୟ ଅର୍ଥ ପରିମାଣ ଓ ବିଳମ୍ବିତ ଦେୟଜନିତ ସରଚାର୍ଜ(ଜୋରିମାନା) ଅନ୍ତର୍ଭୁକ୍ତ ହୋଇନାହିଁ । ବିବାଦୀୟ ଓ ବିଳମ୍ବିତ ଦେୟ ଜନିତ ସରଚାର୍ଜର ମୋଟ ପରିମାଣ ୬୮୩୯ କୋଟି ଟଙ୍କା ।
ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ଯେଉଁ ସ୍କିମ୍ ପ୍ରସ୍ତୁତ କରୁଛି ସେଥିରେ ନିଜର ବକେୟାକୁ କିସ୍ତି ଆକାରରେ ବିଜୁଳିତ୍ତଉତ୍ପାଦନକାରୀ କମ୍ପାନୀଗୁଡିକ ଦେବାର ବ୍ୟବସ୍ଥା କରାଯାଉଛି । ସମସ୍ତ ପ୍ରକାର ବାକି ଅର୍ଥ ପରିଶୋଧ କରିବାକୁ ଏକକାଳୀନ କୋହଳ ବ୍ୟବସ୍ଥା ସବୁ ଡିସକମ୍ ପାଇଁ ପ୍ରଯୁଜ୍ୟ ହେବ । ସ୍କିମର ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ବିବାଦୀୟ ଓ ବିଳମ୍ବିତ ଦେୟ ଉପରେ ସରଚାଜ୍ ବା ଜୋରିମାନା ଲାଗୁ ହେବ ନାହିଁ । ସମ୍ପୃକ୍ତ ଡିସ୍କକମ୍‌ଗୁଡିକୁ ୪୮ଟି ମାସିକିଆ କିସ୍ତିରେ ସବୁ ବକେୟା ଅର୍ଥ ଉତ୍ପାଦନକାରୀ କମ୍ପାନୀଗୁଡିକୁ ଦେବାକୁ ପଡିବ ।
ବାକିଥିବା ଅର୍ଥରାଶିକୁ କିସ୍ତିହାରରେ ପ୍ରଦାନ କରିବାର ସୁବିଧା ଦେବା ସହିତ ବିଳମ୍ବିତ ଦେୟ ବାବଦ ସରଚାର୍ଜ୍‌୍‌କୁ ସ୍ଥଗିତ ରଖି ସରକାର ଡିସ୍‌କମ୍ ଗୁଡିକର ଆର୍ଥିକ ଦୁଃସ୍ଥିତିର ସମାଧାନ ପାଇଁ ପ୍ରୟାସ କରୁଛନ୍ତି । ଏହାଫଳରେ ସମ୍ପୃକ୍ତ ଡିସ୍‌କମ୍‌ଗୁଡିକ ପାଇଁ ଏକ ଉତ୍ତମ ସୁଯୋଗ ସୃଷ୍ଟି ହେବ । ଏହି ପ୍ରକ୍ରିୟାରେ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ ।
ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀମାନେ ପ୍ରତିମାସରେ ଡିସ୍‌କମ୍‌ଗୁଡିକରୁ ବିଜୁଳି କ୍ରୟ ବାବଦ ଅର୍ଥ ପାଇବା ବ୍ୟବସ୍ଥା ସୁନିଶ୍ଚିତ ହେବ ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିବ । ତେବେ କୌଣସି ଡିସ୍‌କମ୍ ଯଦି ମାସିକ କିସ୍ତି ପ୍ରଦାନରେ ବିଳମ୍ବ କରେ ସେ କ୍ଷେତ୍ରରେ ମୋଟ ବକେୟା ଅର୍ଥରାଶି ଉପରେ ସରଚାଜ୍ ଓ ଜୋରିମାନା ଲାଗୁ ହେବ ।
ଏହି ପ୍ରସ୍ତାବିତ ଯୋଜନା ଫଳରେ ଡିସ୍‌କମ୍ ସମୂହ ଆସନ୍ତା ୧୨ରୁ ୪୮ ମାସ ମଧ୍ୟରେ ବିଳମ୍ବିତ ଦେୟ ବାବଦ ୧୯, ୮୩୩ କୋଟି ଟଙ୍କାର ସରଚାଜ୍ ବା ଜୋରିମାନା ବଞ୍ଚାଇ ପାରିବେ । ଏହି ଯୋଜନାରେ ତାମିଲନାଡୁ ଓ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତ୍ୟେକ ୪୫୦୦ କୋଟି ଟଙ୍କା ବଞ୍ଚାଇ ପାରିବେ କାରଣ ଏହି ଦୁଇ ରାଜ୍ୟର ଡିସ୍‌କମ୍‌ଗୁଡିକର ଦେୟ ବାକି ବିପୁଳ । ସେହିଭଳି ଉତ୍ତରପ୍ରଦେଶ ୨୫୦୦ କୋଟି, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ ଓ ତେଲଙ୍ଗାନା ଆଦି ୧୧୦୦ରୁ ୧୭୦୦ କୋଟି ଟଙ୍କା ପର୍ୟ୍ୟନ୍ତ ବଞ୍ଚାଇ ପାରିବେ । ଡିସ୍କମ୍ ଗୁଡିକ ଏ ବାବଦରେ ଯେଉଁ ଅର୍ଥ ବଞ୍ଚାଇବେ ତାହାର ଲାଭ ବିଜୁଳି ଉପଭୋକ୍ତାଙ୍କୁ ମିଳିବ । କାରଣ ସେମାନେ ଯେଉଁ ଅର୍ଥ ବଂଚାଇବା ତାହାକୁ ଉପଭୋକ୍ତାଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯିବ । ସେମାନେ ଅଧିକ ଲାଭ ପାଇଁ ଏହି ଅର୍ଥ ରାଶିକୁ ଖୁଚୁରା ତାରିଫରେ ମିଶାଇବ ପାରିବେ ନାହିଁ କିମ୍ବା ଖାଉଟିଙ୍କ ଉପରକୁ ନିଜର ଦେୟ ବୋଝ ଠେଲି ଦେଇପାରିବେ ନାହିଁ । ଶକ୍ତି ଉତ୍ପାଦନକାରୀ କମ୍ପାନୀ ଜେନ୍‌କୋଗୁଡିକ ନିୟମିତ ଭାବେ ପ୍ରାପ୍ୟ ଦେବାର ସୁବନ୍ଦୋବସ୍ତ କରିବାକୁ ସରକାରଏହି ପଦକ୍ଷେପ ନେଉଛନ୍ତି । ସେମାନେ ବିଜୁଳି ବିକ୍ରି ବାବଦ ଅର୍ଥ ଡିସ୍‌କମ୍‌ଗୁଡିକଠାରୁ ନିୟମିତ ନ ପାଇଲେ ଶକ୍ତି ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହେବେ । ତେଣୁ ଏହି ଅବସ୍ଥା ସୃଷ୍ଟି ନ ହେବାକୁ ଏଭଳି ପଦକ୍ଷେପ କଥା ଚିନ୍ତା କରାଯାଉଛି ।
ବିଳମ୍ବିତ ଦେୟପ୍ରଦାନ ଜନିତ ସରଚାର୍ଜ (ଏଲପିଏସ୍‌ସି) ଏକ ଜୋରିମାନାଜନିତ ଟିକସ ଯାହା ଠିକ୍ ସମୟରେ ଅର୍ଥ ପ୍ରଦାନ ନ କଲେ ଡିସ୍‌କମ୍ ଉପରେ ଲାଗୁ ହୋଇଥାଏ । ପ୍ରଥମ ମାସ ବିଳମ୍ବରେ ଏହି ସରଚାର୍ଜ ବେସରେଟ୍‌ରେ ଲାଗୁ ହୁଏ । ତା’ପରେ କ୍ରମାଗତ ଦେୟ ପ୍ରଦାନରେ ବିଳମ୍ବ ଘଟିଲେ ଏହି ସରଚାର୍ଜ ୦.୫ ଶତାଂଶ ହିସାବରେ ବଢିଚାଲେ । ତେବେ ଏହି ସରଚାର୍ଜ ପରିମାଣ ବେସରେଟ ବା ମୂଳ ଜୋରିମାନାର ସର୍ବାଧିକ ୩ ଶତାଂଶ ପର୍ୟ୍ୟନ୍ତ ବୃଦ୍ଧି ହେବାର ବ୍ୟବସ୍ଥା ରହିଛି । ତାହାଠାରୁ ଅଧିକ ସରଚାର୍ଜ ଲାଗୁ କରାଯାଇପାରିବ ନାହିଁ ।

Leave A Reply

Your email address will not be published.