ଆଫଗାନିସ୍ତାନରେ ନିଜ ନାଗରିକଙ୍କୁ ସଜାଗ ରହିବାକୁ କହିଲା ଭାରତ : ଆଡ଼ଭାଇଜରି ଜାରି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଉଦ୍‌ବେଗଜନକ ଅସୁରକ୍ଷିତ ପରିସ୍ଥିତି ପରେ ଭାରତ ଶନିବାର ଦିନ ଆଫଗାନିସ୍ତାନରେ ରହୁଥିବା ନିଜ ନାଗରିକମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ କହିଛି ଏବଂ ଅପହରଣ ହେବାର ଆଶଙ୍କା ରହିଛି ବୋଲି ଚେତାବନୀ ଦେଇଛି । ଏକ ନୂତନ ଆଡ଼ଭାଇଜରିରେ ଭାରତୀୟ ଦୂତାବାସ କହିଛି ଯେ, ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ସହିତ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ବେଳେ ଭାରତୀୟମାନେ ପ୍ରମୁଖ ସହର ବାହାରେ ଯାତ୍ରା କରିବା ଉଚିତ୍ ନୁହେଁ । ଏହା ମଧ୍ୟ କୁହାଯାଇଛି ଯେ, ଜୁନ୍ ୨୯ରେ ଜାରି କରାଯାଇଥିବା ଆଡ଼ଭାଇଜରିରେ ଯାହା କୁହାଯାଇଛି ତାହା ନୂତନ ଆଡ଼ଭାଇଜରି ଦୋହରା ଯାଇଛି, ଯାହା ସମସ୍ତଙ୍କ ପାଇଁ ବୈଧ ଅଟେ ।

Leave A Reply

Your email address will not be published.