ରୁଷିଆ ସାମ୍‌ନାରେ ଦୁର୍ବଳ ହେଲା ୟୁକ୍ରେନ, ମାରିଆପୋଲ ସହରରେ ଆତ୍ମସମର୍ପଣ କଲେ ହଜାରେରୁ ଅଧିକ ୟୁକ୍ରେନ ସୈନିକ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ନିଜର କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଏହି ସମୟରେ, ମାରିଆପୋଲର ଏକ ପ୍ରମୁଖ ଇସ୍ପାତ କାରଖାନାରେ ୧୦୦୦ ୟୁକ୍ରେନ ସୈନିକ ରୁଷରେ ଆତ୍ମସମର୍ପଣ କରିଥିବା ବୁଧବାର ଦିନ ରୁଷ ଏହା ଦାବୀ କରିଛି । ଏହା ପରେ ମାରିଅପୋଲରେ ଯୁଦ୍ଧ ସମାପ୍ତ ହୋଇଥିବା ଜଣାପଡିଛି । ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଂଚିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.