ls

ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା : ୫ ଜଣ ସାଧାରଣ ନାଗରିକଙ୍କ ସମେତ ୩ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ

sb

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମଳିଛି । ପ୍ରଥମଟି ମୋଟ ୬ ଜଣ ଲୋକ ବିବାହ ଉତ୍ସବରୁ ଫେରୁଥିବା ବେଳେ ରାମପୁରରେ ଟାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା । ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପକ୍ଷରେ, ଅନ୍ୟ ଏକ ଦୁର୍ଘଟଣାରେ ଡାଏଲ୍ ୧୧୨ର ପିଆର୍‌ଭି ଟିମ୍ ଶୁକ୍ରବାର ରାତିରେ ଉନ୍ନାଓକୁ ଯାଉଥିଲା ବେଳେ ଜାଟପୁରୱା ୱାଜିରଗଞ୍ଜ ନିକଟ ହର୍‌ଦୋଇ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର୍ ଅନିୟନ୍ତ୍ରିତ ହୋଇଥିଲା । ଫଳରେ ପୋଲିସ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

pc pk
Leave A Reply

Your email address will not be published.