ଅବସରପ୍ରାପ୍ତ କ୍ୟାପଟେନ୍‌ଙ୍କ ପଚାସଢ଼ା ଶବ ମିଳିଲା ଘର ଭିତରେ : ପୁଅ କହିଲା – ବାପା ଏବେ ବି ଶୋଇଛନ୍ତି, ଉଠିଲେ ଖାଇବେ

ହରିୟାଣା : ଭାରତୀୟ ସେନାର କ୍ୟାପଟେନ ପଦରୁ ଅବସର ନେଇଥିବା ୮୦ ବର୍ଷିୟ ରାମ ସିଂଙ୍କ ପଚାସଢ଼ା ଶବକୁ ହରିୟାଣାର ଯମୁନନଗର ଜିଲ୍ଲାର ଜଗଧାରୀର ହୁଡ଼ା ସେକ୍ଟର- ୧୭ ତା‌ଙ୍କ ଘରୁ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ କ୍ୟାପଟେନ ତାଙ୍କ ମାନସିକ ବିକୃତ ପୁଅ ପ୍ରବୀଣ କୁମାରଙ୍କ ସହ ଏଠାରେ ରହୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବାର ପୁଅ ମଧ୍ୟ ଜାଣି ନଥିଲା । ସେ ଛାତ ଉପରେ ପୋଷାକ ସଂଗ୍ରହ କରି ନିଆଁ ଲଗାଉଥିଲେ ।

ତାଙ୍କୁ ଦେଖି ଆଖପାଖର ଲୋକମାନେ ଘରେ ପହଞ୍ଚିବା ପରେ ସେମାନେ ଅବସରପ୍ରାପ୍ତ କ୍ୟାପଟେନଙ୍କ ପଚାସଢ଼ା ଶବକୁ ଦେଖିଥିଲେ । ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଅନୁସନ୍ଧାନରେ ପାଞ୍ଚ ଦିନ ପୂର୍ବରୁ ପ୍ରବଳ ଥ‌ଣ୍ଡା ହେତୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପାଞ୍ଚ ଦିନ ଧରି ତାଙ୍କ ମାନସିକ ବିକୃତ ପୁଅ ତାଙ୍କ ସହ ରହୁଥିଲେ ।

ସୂଚନା ଅନୁଯାୟୀ, ପ୍ରବୀଣ ମାନସିକ ବିକୃତ ରୋଗୀ । ଅବସରପ୍ରାପ୍ତ କ୍ୟାପଟେନଙ୍କ ପତ୍ନୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ତା‌ଙ୍କ ଗୋଟିଏ ଝିଅ, ସେ ମଧ୍ୟ ମରି ସାରିଛନ୍ତି । ଗୁରୁବାର ସକାଳେ କ୍ୟାପଟେନଙ୍କ ପୁଅ ପ୍ରବୀଣ ଛାତ ଉପରେ କିଛି ପୋଷାକ ସଂଗ୍ରହ କରି ନିଆଁ ଲଗାଇ ଦେଇଥିଲେ । ପାଖର ଜଣେ ମହିଳା ତାଙ୍କୁ ନିଆଁ ଲଗାଉଥିବାର ଦେଖିଥିଲେ । ତା’ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରବୀଣଙ୍କୁ ଅଟକାଇ ଥିଲା । ଏଥିସହିତ ପୋଲିସ ଦେଖିଲା ଯେ ବୃଦ୍ଧଙ୍କ ମୃତଦେହ ଗୋଟିଏ କୋଠରୀରେ ଏକ କୁର୍ତ୍ତା ତଳେ ପଡ଼ି ରହିଛି । ଯେତେବେଳେ ପୋଲିସ ତାଙ୍କ ପୁଅକୁ ଏ ବିଷୟରେ ପଚାରିଲା, ସେ କହିଥିଲେ ଯେ ବାପା ଏବେ ଶୋଇଛନ୍ତି, ଉଠିଲେ ଖାଇବେ ।

Leave A Reply

Your email address will not be published.