ରୁଷ-ୟୁକ୍ରେନ ମହାବିନାଶକାରୀ ଯୁଦ୍ଧର ଦଶମ ଦିନ : ରୁଷ ସେନା କିଭ୍‌ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଦଶମ ଦିନ । ପ୍ରବଳ ସଂଘର୍ଷ ଜାରି ରହିଛି । ରୁଷର ଗଣମାଧ୍ୟମ ଅନୁଯାୟୀ, ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ୧୩ କିଲୋମିଟର ଦୂରରେ । ଅନ୍ୟପକ୍ଷରେ, ୟୁକ୍ରେନ ସୈନିକମାନେ ଆକ୍ରମକ ହୋଇ ରୁଷ ସୈନିକମାନଙ୍କୁ କିଭ୍‌ର ନିକଟତର ହେବାକୁ ଅଟକାଇ ଦେଇଛନ୍ତି । ଏହି ସମୟରେ, ଶୁକ୍ରବାର ଦିନ ଏକ ବଡ଼ ଆକ୍ରମଣରେ ରୁଷ ମଧ୍ୟ ଏନରହୋଦାର ଜାପୋରଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ରକୁ କାବୁ କରିଥିଲା ।

ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ଯଥାସମ୍ଭବ ଚେଷ୍ଟା କରୁଛି । ପୂର୍ବ ୟୁକ୍ରେନରେ ରୁଷ ଏବଂ ୟୁକ୍ରେନ ସୈନ୍ୟ ଅସ୍ତ୍ରବିରତି ପାଇଁ ଭାରତ ଅନୁରୋଧ କରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତୀୟମାନେ ୟୁକ୍ରେନ ସୀମା ଛାଡି ସୁରକ୍ଷିତ ରହିଛନ୍ତି ।

ୟୁକ୍ରେନକୁ ନାଟୋ ପକ୍ଷରୁ ଏକ ଝଟକା ଲାଗିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଆହ୍ୱାନ କରିଥିବା ବେଳେ ନାଟୋ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଜେଲେନସ୍କିଙ୍କ ଏହି ଆବେଦନ ଖାରଜ୍‌ ହେବା ପରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୟୁକ୍ରେନରୁ ୨୨୯ ଭାରତୀୟ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଇଣ୍ଡିଗୋ ବିମାନ ଆଜି ସକାଳେ ରୋମାନିଆର ସୁସେଭା ଠାରୁ ଦିଲ୍ଲୀରେ ପହଞ୍ଚିଛି ।

Leave A Reply

Your email address will not be published.