ଜୋର ଜବରଦସ୍ତ ଋଣ ଅସୁଲ ହେବ ବନ୍ଦ
ମୁମ୍ବାଇ : ଦେଶରେ କେତେକ ଋଣ ପ୍ରଦାକାରୀ ସଂସ୍ଥା ଲୋକଙ୍କଠାରୁ ଜେର ଜବରଦସ୍ତ ଋଣ ଅସୁଲ କରୁଛନ୍ତି । ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହା ଏକ ଗୁରୁତର ଚିନ୍ତା ବିଷୟ । ଋଣ ଅସୁଲ ନେଇ କେତେକ ନିୟନ୍ତ୍ରିତ ଏବଂ ଅଣନିୟନ୍ତ୍ରିତ ଆର୍ଥିକ ପ୍ରତିଷ୍ଠାନ ଅଗ୍ରହଣୀୟ ପନ୍ଥା ଅବଲମ୍ବନ କରୁଛନ୍ତି । ଋଣ ଅସୁଲ ପାଇଁ ନିଯୁକ୍ତ ଏଜେଣ୍ଟମାନଙ୍କ ଉପରେ ସଂସ୍ଥାଗୁଡିକ କୌଣସି ନିୟନ୍ତ୍ରଣ ରହୁନାହିଁ । ଗ୍ରାହକଙ୍କ ଠାରୁ ଏନେଇ ଅଭିଯୋଗ ମିଳିଛି । ଋଣ ଅସୁଲ ପାଇଁ ନିଯୁକ୍ତ ଗ୍ରାହକଙ୍କୁ ଅସମୟରେ ଏପରିକି ମଧ୍ୟରାତ୍ରିରେ ଯୋଗାଯୋଗ କରୁଛନ୍ତି । ସେହିଭଳି ସେମାନେ ଖରାପ ଭାଷା ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ଆସିଛି ବୋଲି ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତକାନ୍ତ ଏହା କହିଛନ୍ତି ।