ଯୁକ୍ରେନ୍‌ ଉପରେ ରକେଟ୍‌ମାଡ଼ : ୪୦ ସୈନିକଙ୍କ ସମେତ ୫୦ ମୃତ

ନୂଆଦିଲ୍ଲୀ : ଶେଷରେ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ବିବାଦ ବିନାଶକାରୀ ଯୁଦ୍ଧର ରୂପ ନେଇଛି । ଆମେରିକା ପକ୍ଷରୁ ଯୁଦ୍ଧ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଯୁଦ୍ଧ ସ୍ଥିତିକୁ ରୋକାଯାଇ ପାରିନାହିଁ । ସାରା ବିଶ୍ୱ ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଚାଲିଥିବା ଏଭଳି ପରିସ୍ଥିତିକୁ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ୍‌ର ରାଜଧାନୀ ନିକଟରେ ଆଜି ରକେଟ୍‌ ମାଡ଼ ହେବା ଫଳରେ ୪୦ ସୈନିକଙ୍କ ସମେତ ୫୦ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ୟୁକ୍ରେନ୍‌ ରୁଷ୍‌ ପକ୍ଷରୁ ଏହି ବୋମାମାଡ଼ କରାଯାଇଥିବା ନିଶ୍ଚିତ କରିଛି । ସୂଚନା ଯୋଗ୍ୟ ଯେ, ଏଭଳି ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କ ପାଇଁ ନିଜ ଦେଶକୁ ଫେରି ଆସିବାକୁ ଆଡ଼୍‌ଭାଇଜୋରି ଜାରି କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.