ଲଣ୍ଡନରେ ରଥଯାତ୍ରା

ଲଣ୍ଡନ : ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେର କାର୍ଯ୍ୟକର୍ତ୍ତାମାନେ ଲଣ୍ଡନର ସାଉଥଲରେ ରଥଯାତ୍ରାର ଏକ ବିଶାଳ ଉତ୍ସବ ଆୟୋଜନ କରିଥିଲେ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ଭକ୍ତମାନେ ଟାଣି ଟାଣି ନେଇଥିଲେ । ଲଣ୍ଡନର ଶ୍ରୀରାମ ମନ୍ଦିରରେ ଥିବା ଅସ୍ଥାୟୀ ମନ୍ଦିରରୁ ତିନି ଦିଅଁଙ୍କୁ ଅଣାଯାଇଥିବାବେଳେ ମନୋଜ କୁମାର ପଣ୍ଡା, ଭାରତୀୟ ହାଇକମିସନର ଅଜୟ ଠାକୁର ଓ ପଦ୍ମଶ୍ରୀ କୃଷ୍ଣମୋହନ ପାଠୀ ପ୍ରମୁଖ ଛେରାପହରା ନୀତି ସମ୍ପାଦନା କରିଥିବାବେଳେ ଜୟ ଜଗନ୍ନାଥ ନାରାରେ ସାରା ଅଂଚଳ ପ୍ରକମ୍ପିତ ହୋଇଥିଲା ।

Leave A Reply

Your email address will not be published.