ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଭବନ ଯାଇ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ସୋନିଆ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିବା ସହ ଫୁଲତୋଡ଼ା ଭେଟି ଦେଇଥିଲେ । ସୋନିଆ ରାଷ୍ଟ୍ରପତିଙ୍କୁ ଭେଟିବା ସମୟର ଏକ ଫଟୋ ରାଷ୍ଟ୍ରପତି ଭବନ ତରଫରୁ ସାମାଜିକ ଗଣମାଧ୍ୟମ ଟ୍ୱିଟର୍‌ରେ ଛଡ଼ାଯାଇଛି ।

Leave A Reply

Your email address will not be published.