ଆଗାମୀ ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ : ଟ୍ରଷ୍ଟ ପକ୍ଷରୁ ସୂଚନା

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଏଥିରେ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ । ସୋମବାର ଦିନ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଛି । ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହେବ ଏବଂ ଡିସେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଯେଉଁଥିରେ ମହାନ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ ।

ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଅନିଲ ମିଶ୍ର କହିଛନ୍ତି ଯେ, ମିର୍ଜାପୁରର ଗୋଲାପୀ ପଥର ସ୍ଥାପନ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଗୋଲାପୀ ପଥର ପାଇଁ ଅର୍ଡର ଦିଆଯାଇଛି । ଏହି ପଥରଗୁଡିକ କାଟିବା ଏବଂ ଖୋଦନ କାର୍ଯ୍ୟ ରାମ ଜନ୍ମଭୂମିରେ କରାଯିବ ।

Leave A Reply

Your email address will not be published.