om academy

ଆଜି ବିଶ୍ୱ ରେଡିଓ ଦିବସ

jsm

ନୂଆଦିଲ୍ଲୀ : ଆଜି ବିଶ୍ୱ ରେଡିଓ ଦିବସ । ରେଡିଓର ଗୁଣବତ୍ତା ଓ ଲୋକପ୍ରିୟତାକୁ ଦେଖି ଫେବ୍ରୁଆରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ । ଟିଭି ପୂର୍ବରୁ ରେଡିଓ ହିଁ ସାଧାରଣଲୋକଙ୍କ ମନୋରଞ୍ଜନ ଏବଂ ସୂଚନା ପାଇବାର ସବୁଠୁ ଉତ୍ତମ ମାଧ୍ୟମ ଥିଲା । ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଇଣ୍ଟରନେଟ ଜରିଆରେ ସବୁକିଛି ଲୋକଙ୍କ ହାତପାହାନ୍ତାରେ ଥିଲେ ବି ରେଡିଓର ବିଶ୍ୱସନୀୟତା ଏବଂ ପହଞ୍ଚ ରହିଛି । ଆଜି ବି ଗ୍ରାମାଞ୍ଚଳରେ ରେଡିଓ ପ୍ରତି ଲୋକଙ୍କ ଆକର୍ଷଣ କମିନାହିଁ ।

୨୦୧୦ ସେପ୍ଟେମ୍ବର ୨୦ରେ ପ୍ରଥମ କରି ସ୍ପାନିଶ ରେଡିଓ ଏକାଡେମୀ ରେଡିଓ ଦିବସ ପାଳନ କରିବା ପାଇଁ ୟୁନେସ୍କୋ ବୈଠକରେ ପ୍ରସ୍ତାବ ରଖିଥିଲା । ଫେବ୍ରୁଆରୀ ୧୩ରେ ରେଡିଓ ଦିବସ ପାଳନ କରିବା ନିମନ୍ତେ ୨୦୧୩ରେ ୟୁନେସ୍କୋ ମଞ୍ଜୁରି ଦେଇଥିଲା । ରେଡିଓର ମହତ୍ତ୍ୱ ପ୍ରସାର କରାଇବା ଏହି ଦିବସ ପାଳନର ଲକ୍ଷ୍ୟ । କାନାଡାର ପ୍ରସିଦ୍ଧ ବୈଜ୍ଞାନିକ ରେଗିନାଲ୍ଡ ଫେସେଣ୍ଡେନ୍‌ ୧୯୦୬ ଡିସେମ୍ବର ୨୪ରେ ରେଡିଓ ପ୍ରସାରଣ ଆରମ୍ଭ କରିଥିଲେ । ଭାରତରେ ୧୯୩୬ ମସିହାରେ ରେଡିଓ ଚାଲିଥିଲା । ସ୍ମାର୍ଟ ଫୋନ୍‌ ଓ ଇଣ୍ଟରନେଟ୍‌ର ଦବଦବାରେ ରେଡିଓର ବ୍ୟବହାର କମିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍‌ କୀ ବାତ୍‌’ ପୁଣି ରେଡିଓର ଚର୍ଚ୍ଚା ବଢ଼ାଇଛି ।

Leave A Reply

Your email address will not be published.