ଉତ୍ତରପ୍ରଦେଶରେ ପୁଣି ଫୁଟିଲା ପଦ୍ମ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରେ ପୁଣି ପଦ୍ମ ଫୁଟିଛି । ଜବର୍‌ଦସ୍ତ ସଫଳତା ପ୍ରଦର୍ଶନ କରିଛି ବିଜେପି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ୪୦୩ଟି ଆସନ ପାଇଁ ଉତ୍ତରପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପାଖାପାଖି ଫଳାଫଳ ସ୍ପଷ୍ଟ ହୋଇ ସାରିଛି । ୨୬୫ଟି ଆସନ ହାତେଇବାରେ ବିଜେପି. ସଫଳ ହୋଇଥିବା ବେଳେ ୧୩୩ଟି ଆସନ ସମାଜବାଦୀ ପାର୍ଟିର ମୁଣାକୁ ଆସିଛି । ଶେଷ ପର୍ୟ୍ୟାୟରେ ଭୋଟ ଗଣତି ଚାଲିଥିବା ବେଳେ କାଁଭାଁ କେତୋଟି ସିଟ୍‌ ଯଦିବି ଏପଟ ସେପଟ ହୋଇପାରେ, ତଥାପି ବହୁମତ ହାସଲ କରିବାରେ ବିଜେପି. ଧୂଆଁଧାର ବିଜୟ ହାସଲ୍‌ କରିଛି । କଂଗ୍ରେସକୁ ସାରା ରାଜ୍ୟରେ ଦୁଇଟି ଆସନ ମିଳିଛି । ବହୁଜନ ସମାଜ ପାର୍ଟି ଗୋଟିଏ ଆସନ ପାଇଥିବା ବେଳେ ଅନ୍ୟ ମାନେ ୨ଟି ଆସନ ସାଉଁଟିଛନ୍ତି । ବିଜେପି.ର ୟୁପି ବିଜୟ ସମାଜବାଦୀ ପାର୍ଟି ପାଇଁ ନୈରାଶ୍ୟ ଆଣି ଦେଇଥିବା ବେଳେ ବିଜେପି ଶିବିରରେ ଖୁସିର ମାହୋଲ୍‌ ଦେଖିବାକୁ ମିଳିଛି ।

Leave A Reply

Your email address will not be published.