୮୧ ବର୍ଷର କନିଆଁକୁ ୩୫ ବର୍ଷର ବର : ଏମିତି ବି ହୋଇପାରେ ପ୍ରେମ

ବ୍ରିଟେନ : ବ୍ରିଟେନରେ ଜଣେ ୮୧ ବର୍ଷୀୟ ମହିଳା, ଜଣେ ୩୫ ବର୍ଷ ବୟସ୍କ ପୁରୁଷଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବ୍ରିଟେନର ରହୁଥିବା ଏହି ମହିଳା ଆଇରିସ୍‌ ଜୋନ୍ସ ଆଇଟିଭିର ଏକ ଶୋ’ରେ ଅଂଶଗ୍ରହଣ କରୁଥିବା ବେଳେ ନିଜ ସମ୍ପର୍କ ବିଷୟରେ କହିଥିଲେ । କିନ୍ତୁ ଜୋନ୍ସଙ୍କର ମଧ୍ୟ ଏକ ବଡ ସମସ୍ୟା ଅଛି ଯେ, ସେ ତାଙ୍କ ସ୍ୱାମୀଙ୍କ ସହ ରହିପାରୁ ନାହାନ୍ତି । ବ୍ରିଟେନର ଏହି ୮୧ ବର୍ଷୀୟ ବୟସ୍କା ମହିଳାଙ୍କ ସ୍ୱାମୀ ଇଜିପ୍ଟରେ ରୁହନ୍ତି । ତାଙ୍କ ସ୍ୱାମୀ ବ୍ରିଟେନକୁ ଆସିବା ପାଇଁ ଭିସା ପାଇବାରେ ବିଳମ୍ବ ହେଉଛି । ଏଥି ସହିତ ଜୋନ୍ସ ନିଜେ ଇଜିପ୍ଟ ଯିବାକୁ ଚାହାଁନ୍ତି ନାହିଁ କାରଣ ସେଠାରେ ଥିବା ପାଗ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଅନୁକୁଳ ନୁହେଁ ।

ବ୍ରିଟେନର ୱଷ୍ଟନରୁ ଆସିଥିବା ଜୋନ୍ସ ଗତ ବର୍ଷ ଏକ ଫେସବୁକ ଗ୍ରୁପରେ ତାଙ୍କ ୩୫ ବର୍ଷୀୟ ସ୍ୱାମୀ ମହମ୍ମଦ ଅହମ୍ମଦଙ୍କୁ ଭେଟିଥିଲେ । ଏହା ପରେ ଜୋନ୍ସ ଇଜିପ୍ଟ ଯାଇ ମହମ୍ମଦଙ୍କ ସହ ସମୟ ବିତାଇଲେ ଏବଂ ପରେ ନଭେମ୍ବରରେ ବିବାହ କଲେ । ମେଟ୍ରୋ ଡଟ୍‌ କମ୍‌ ରିପୋର୍ଟ ଅନୁଯାୟୀ ଜୋନ୍ସ କହିଛନ୍ତି, ମୁଁ ଭଲ ପାଉଥିବା ବ୍ୟକ୍ତିଙ୍କଠାରୁ ଅଲଗା ହୋଇଛି । ଏହା ବହୁତ ଯନ୍ତ୍ରଣାଦାୟକ ଅଟେ । ମୋର ସମୟ ସରିବାକୁ ଯାଉଛି । ମୁଁ ତିନିଥର ଇଜିପ୍ଟ ଯାଇ ତାଙ୍କ ବିନା ଫେରି ଆସିଛି । ତାଙ୍କ ସ୍ୱାମୀଙ୍କୁ ଭିସା ପ୍ରଦାନ କରିବାକୁ ଜୋନ୍ସ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.