oum

ସିଏମ୍ ଭୂପେଶ ବାଘେଲ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ : ନିର୍ବାଚନ ସମୟରେ ବିରୋଧୀଦଳର ନେତାଙ୍କ ଉପରେ କାହିଁକି ଚଢ଼ାଉ ହେଉଛି ?

jsm

ରାୟପୁର : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କେନ୍ଦ୍ରର ବିଜେପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ବୁଧବାର ଦିନ ଲକ୍ଷ୍ନୌରେ ବାଘେଲ ପ୍ରଶ୍ନ ଉଠାଇଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ବିରୋଧୀ ଦଳର ଲୋକମାନେ କାହିଁକି ଚଢ଼ାଉର ଶିକାର ହେଉଛନ୍ତି ? ଏଥିସହ ସେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିଥିବା ସରକାରଙ୍କ ବିରୋଧରେ ଅଭିଯୋଗ ଉଠାଇଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁତୁରାଙ୍କ ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହା ଉପରେ ପ୍ରଶ୍ନ ଉଠାଇ ବାଘେଲ କହିଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ବିରୋଧୀଦଳଙ୍କ ଉପରେ ଚଢ଼ାଉ କରାଯାଉଛି, ଯାହା ଦ୍ୱାରା ସେମାନେ ଭୟଭୀତ ହୋଇଯିବେ । ମଜା କଥା ହେଲା, ଉତ୍ତରପ୍ରଦେଶ, ଉତ୍ତରାଖଂଡ଼ ଏବଂ ଗୋଆ ପରି ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଉପରେ ଚଢ଼ାଉ କରାଯାଉ ନାହିଁ ।

Leave A Reply

Your email address will not be published.