jayashree

ରୁଷ-ୟୁକ୍ରେନ ଯୁଦ୍ଧ ୫୦୦ ଦିନ ସମାପ୍ତ କରିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ପିଲାଙ୍କ ସମେତ ୯୦୦୦ ଲୋକଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତି ସରିଲାଣି । ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମିଳିତ ଜାତିସଂଘ ନିନ୍ଦା କରିଛି । ମିଳିତ ଜାତିସଂଘ କହିଛି ଯେ, ଏହି ଯୁଦ୍ଧ ୫୦୦ ଦିନରୁ ଅଧିକ ସମୟ ଧରି ଚାଲିଛି ଏବଂ ଏହି ବିବାଦର କୌଣସି ଅନ୍ତ ନାହିଁ । ୟୁକ୍ରେନରେ ମିଳିତ ଜାତିସଂଘର ମାନବ ଅଧିକାର ମନିଟରିଂ ମିଶନ (ଏଚ୍‌ଆର୍‌ଏମ୍‌ଏମ୍‌ୟୁ) ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ, ରୁଷର ଫେବୃଆରୀ ୨୪, ୨୦୨୨ ଆକ୍ରମଣ ପରଠାରୁ ୫୦୦ ପିଲାଙ୍କ ସମେତ ୯,୦୦୦ରୁ ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ତେବେ ଜାତିସଂଘର ପ୍ରତିନିଧିମାନେ ଏହା ପୂର୍ବରୁ କହିଛନ୍ତି ଯେ, ପ୍ରକୃତ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି । ଆକ୍ରମଣର ୫୦୦ତମ ଦିନରେ ଏଚ୍‌ଆର୍‌ଏମ୍‌ଏମ୍‌ୟୁ ଡେପୁଟି ଚିଫ୍ ନୋଏଲ୍ କେଲହନ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ଆଜି ଆମେ ଯୁଦ୍ଧରେ ଆଉ ଏକ ଗମ୍ଭୀର ମାଇଲଖୁଣ୍ଟ ଚିହ୍ନଟ କରୁଛୁ, ଯାହା ୟୁକ୍ରେନ ନାଗରିକଙ୍କ ଉପରେ ଘୋର ପ୍ରଭାବ ପକାଉଛି । ଯୁଦ୍ଧ ମନିଟରିଂ ସଂସ୍ଥା ଉଲ୍ଲେଖ କରିଛି ଯେ, ଚଳିତ ବର୍ଷ ହାରାହାରି ୨୦୨୨ ତୁଳନାରେ କମ୍ ଥିଲା, କିନ୍ତୁ ମେ’ ଏବଂ ଜୁନ୍ ମାସରେ ଏହି ସଂଖ୍ୟା ପୁଣି ବଢ଼ିବାକୁ ଲାଗିଲା ।

Leave A Reply

Your email address will not be published.