ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ଷ୍ଟେସନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି । ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବଓ୍ବେ ରହିବ – ଏକ ୭୩୫ ମିଟର ଲମ୍ବା ସବଓ୍ବେ ଯାହା ଷ୍ଟେସନକୁ ପ୍ରଦର୍ଶନୀ ହଲ୍ , କନଭେନସନ୍ ସେଣ୍ଟର ଏବଂ ସେଣ୍ଟ୍ରାଲ ଏରିନା କୁ ସଂଯୋଗ କରେ; ଦ୍ୱାରକା ଏକ୍ସପ୍ରେସୱେ ଦେଇ ପ୍ରବେଶ/ପ୍ରସ୍ଥାନକୁ ସଂଯୋଗ କରୁଥିବା ଅନ୍ୟ ଏକ; ତୃତୀୟଟି ମେଟ୍ରୋ ଷ୍ଟେସନକୁ ‘ଯଶୋଭୂମି’ର ଭବିଷ୍ୟତର ପ୍ରବେଶ ପଥ ସହିତ ସଂଯୋଗ କରୁଛି ।
ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋ ଟ୍ରେନର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟର କୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ । ‘ନୂଆଦିଲ୍ଲୀ’ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ।
ଧୌଲା କୁଆଁ ମେଟ୍ରୋ ଷ୍ଟେସନରୁ ମେଟ୍ରୋ ଯୋଗେ ପ୍ରଧାନମନ୍ତ୍ରୀ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି:
‘‘ଦିଲ୍ଲୀ ମେଟ୍ରୋରେ ସମସ୍ତଙ୍କ ମୁହଁରେ ହସ ! ଯଶୋଭୂମି କନଭେନସନ୍ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ପାଇଁ ଦ୍ୱାରକା ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ ।’’
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ଦ୍ୱାରକା ଯିବା ଏବଂ ଫେରିବା ଏକ ସ୍ମରଣୀୟ ମେଟ୍ରୋ ଯାତ୍ରା, ଯାହା ବିଭିନ୍ନ ବର୍ଗର ସହଯାତ୍ରୀଙ୍କ ଦ୍ୱାରା ଆହୁରି ସ୍ୱତନ୍ତ୍ର ହୋଇଛି।’’

Leave A Reply

Your email address will not be published.