om academy

ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲଙ୍କ ଦ୍ୱାରା ସେୟାର କରାଯାଇଥିବା ଜୀବନର ଅନୁଭୂତି ଉପରେ ଏକ ଲେଖାକୁ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ

jsm

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସଂଯୋଗ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ମଧ୍ୟାହ୍ନ ଭୋଜନ ଅବସରରେ ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ ଜୀବନର ଅନୁଭୂତିକୁ ନେଇ ଏକ ଲେଖା ସେୟାର କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବେନସୀଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନ ସମୟରେ ଅଷ୍ଟ୍ରେଲୀୟ ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ କିଛି କୌତୁହଳପୂର୍ଣ୍ଣ ବିଷୟ ସେୟାର କରିଥିଲେ … ତାଙ୍କୁ ପ୍ରଥମ ଶ୍ରେଣୀରେ ଶ୍ରୀମତୀ ଏବର୍ଟ ନାମ୍ନୀ ଜଣେ ଶିକ୍ଷା ଦେଇଥିଲେ, ଯିଏ ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲେ ଏବଂ ତାଙ୍କୁ ଶିକ୍ଷାର ମୂଳଦୂଆ ସ୍ଥାପନ ପାଇଁ ଶ୍ରେୟ ଦେଇଥିଲେ ।

ଶ୍ରୀମତୀ ଏବର୍ଟ, ତାଙ୍କ ସ୍ୱାମୀ ଏବଂ ଝିଅ ଲିଓନି, ୧୯୫୦ ଦଶକରେ ଭାରତର ଗୋଆରୁ ଆଡିଲେଡକୁ ଯାଇ ଅଷ୍ଟ୍ରେଲିଆର ଆଡିଲେଡର ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ତାଙ୍କ ଝିଅ ଲିଓନି ଦକ୍ଷିଣ ଅଷ୍ଟ୍ରେଲିୟା ଶିକ୍ଷକ ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
ଏହି ଜୀବନୀ ଶୁଣି ମୁଁ ଖୁସି, ଯାହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସଂଯୋଗକୁ ସୂଚୀତ କରେ । ଯେତେବେଳେ କେହି ଜଣେ ତାଙ୍କ ଶିକ୍ଷକଙ୍କ ସଂକ୍ରାନ୍ତରେ ସ୍ନେହପୂର୍ଣ୍ଣ ଭାବରେ ସୂଚନା ଦିଅନ୍ତି ସେତେବେଳେ ଶୁଣିବା ମଧ୍ୟ ସମାନ ହୃଦୟସ୍ପର୍ଶୀ ଅଟେ ।”

Leave A Reply

Your email address will not be published.