ଆଜି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପାଇଥିବା ୭୧ ହଜାର ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନିଯୁକ୍ତିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ସୂଚନା ଅନୁସାରେ, ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଯୋଗେ ନିଯୁକ୍ତିପତ୍ର ବାଣ୍ଟିବା ସହ ସେମାନଙ୍କୁ ସମ୍ବୋଧିତ କରିବେ । ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦିଆଯାଉଛି । ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋଏଲ, ହରଦୀପ ସିଂ ପୁରୀ, ଅନୁରାଗ ଠାକୁରଙ୍କ ସମେତ ମୋଟ ୪୫ ଜଣ କେନ୍ଦ୍ର ମନ୍ତ୍ରୀ ଏହି ମେଳାରେ ସାମିଲ ହେବେ ।

Leave A Reply

Your email address will not be published.

error: Content is protected !!