oom

ଆସନ୍ତା କାଲି ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

jsmm

ନୂଆଦିଲ୍ଲୀ : ଆସନ୍ତା କାଲି ୨୮ ମଇ (ଶୁକ୍ରବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସିବେ । ପଶ୍ଚିମବଙ୍ଗ ଏବଂ ଓଡିଶାରେ ଘୂର୍ଣ୍ଣିବାତ୍ୟା ତାଣ୍ଡବ ରଚିଛି । ଘୂର୍ଣ୍ଣିବାତ୍ୟା ୟାସ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଭୁବନେଶ୍ୱର ଗସ୍ତ କରିବେ, ଯେଉଁଠାରେ ସେ ଏକ ସମୀକ୍ଷା ବୈଠକରେ ଯୋଗଦେବେ । ଏହା ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳକୁ ଏକ ବିମାନ ସର୍ଭେ ପାଇଁ ଯିବେ । ଏହା ପରେ ପିଏମ ମୋଦୀ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିବେ ।

jittmm
Leave A Reply

Your email address will not be published.