ପ୍ରଧାନମନ୍ତ୍ରୀ ମୋଦୀ ନେଲେ କରୋନା ଟୀକା

ନୂଆଦି‌ଲ୍ଲୀ : ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟୀକା ନେଇଛନ୍ତି । ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ସେ ଏମ୍‌ସ୍‌ରେ କୋଭିଡ୍ -୧୯ ଟୀକାର ପ୍ରଥମ ଡୋଜ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଲେଖିଛନ୍ତି ଯେ କୋଭିଡ -୧୯ ବିରୋଧରେ ବିଶ୍ୱ ସଂଗ୍ରାମକୁ ଦୃଢ଼ କରିବା ପାଇଁ ଆମର ଡାକ୍ତର ଏବଂ ବୈଜ୍ଞାନିକମାନେ ଯେପରି ଶୀଘ୍ର କାର୍ୟ୍ୟ କରିଛନ୍ତି, ତାହା ଉଲ୍ଲେଖନୀୟ । ଏହି ଟୀକା ପାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ଆସନ୍ତୁ ମିଳିତ ଭାବେ ଭାରତ କୋଭିଡ -୧୯ ମୁକ୍ତ କରିବା !

Leave A Reply

Your email address will not be published.