ଫେବୃଆରୀ ୧୭ରେ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଏନଟିଏଲଏଫ ବିଷୟରେ ଏନଟିଏଲଏଫର ୨୯ ତମ ଅଧିବେଶନ ୧୭ ରୁ ୧୯ ଫେବୃଆରୀ ୨୦୨୧ ମଧ୍ୟରେ ଆୟୋଜିତ ହେଉଛି । ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟ ୱେୟାର ଆଣ୍ଡ ସର୍ଭିସ କମ୍ପାନୀ ଏନଏଏସଏସସିଓଏମ(ନାସକମ) ଗୁଡିକର ଫ୍ଲାଗସିପ କାର୍ୟ୍ୟକ୍ରମ । ଏହି ବର୍ଷର କାର୍ୟ୍ୟକ୍ରମର ବିଷୟ ବସ୍ତୁ ହେଉଛି ‘ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା । ଏହି କାର୍ୟ୍ୟକ୍ରମରେ ୩୦ରୁ ଅଧିକ ଦେଶରୁ ୧୬୦୦ ଅଂଶ ଗ୍ରହଣକାରୀ ଭାଗ ନେବେ ଏବଂ ତିନି ଦିନିଆ ଆଲୋଚନା ସମୟରେ ୩୦ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.