ମାତୃଭାଷାରେ ହେବ ଟେକ୍ନୋଲୋଜି ଓ ମେଡିକାଲ ପାଠପଢା : ମନ୍ତ୍ରୀ ଅମିତ ଶାହା

ଭୋପାଳ : ମଧ୍ୟପ୍ରଦେଶରେ ଏବେ ହିନ୍ଦୀ ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟପ୍ରଦେଶ ସହ ସାରା ଦେଶରେ ହିନ୍ଦୀ ମିଡିୟମକୁ ନେଇ ଆଲୋଚନା ହେଉଛି । ଏହି ଅବସରରେ ମଧ୍ୟ ପ୍ରଦେଶ ସରକାରଙ୍କୁ ଶାହା ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶ୍ରୀ ଶାହା ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଆଜିର ଦିନ ଶିକ୍ଷା କ୍ଷେତ୍ରରେ ନୂଆ ନିର୍ମାଣର ଦିନ । ସେ କହିଛନ୍ତି ବିଦ୍ୟାର୍ଥୀମାନେ ଯେତେବେଳେ ମାତୃଭାଷାରେ ପାଠପଢିବେ ସେତେବେଳେ ସେମାନେ ଠିକ୍ ସେବା କରିପାରିବେ । ଏହାସହ ଲୋକଙ୍କ ସମସ୍ୟା ବି ବୁଝିପାରିବେ । ୧୦ ରାଜ୍ୟରେ ଇଞ୍ଜିନିୟରିଂର ପାଠପଢା ସେମାନଙ୍କ ମାତୃଭାଷାରେ ଆରମ୍ଭ ହେବାକୁ ଯାଉଛି । ଏହା ଉପରେ ଏବେ କାମ ଚାଲିଛି । ମୁଁ ସାରା ଦେଶର ଯୁବକଙ୍କୁ ଆହ୍ୱାନ ଦେଉଛି କି ଏବେ ଭାଷା କୌଣସି ବାଧ୍ୟତା ସୃଷ୍ଟି କରିବ ନାହିଁ, ଏହାଠାରୁ ଆପଣ ବାହାରି ଆସନ୍ତୁ । ଆଗାମୀ ଦିନରେ ଏଭଳି କାର୍ଯ୍ୟ ଆହୁରି ଆଗକୁ ବଢିବ । ପାଠପଢିବା, ଲେଖିବା ଓ ଗବେଷଣା କରିବା ସବୁକିଛି ମାତୃଭାଷାରେ ହେବ । ଏହାଦ୍ୱାରା ଦେଶର ଅଗ୍ରଗତି ହେବ । ପ୍ରଧାନମନ୍ତନ୍ତ୍ରୀ ମୋଦୀ ବ୍ରେନ ଡ୍ରେନ ଥିଓରିକୁ ବଦଳାଇ ଦେଇଛନ୍ତି । ଖୁସି ଲାଗୁଛି ଯେ ଆଜି ଶିବରାଜ ସିଂ ଚୌହାନ ଭାଷାର କଥାକୁ ବହୁତ ଭଲ ଭାବେ ସମ୍ଭାଳିଛନ୍ତି ।

Leave A Reply

Your email address will not be published.