ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି, ୯୨ ପ୍ରାର୍ଥୀଙ୍କ ଭବିଷ୍ୟତ ସ୍ଥିର ହେବ

ନୂଆଦିଲ୍ଲୀ : ମଣିପୁରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ଭୋଟ୍ ଗ୍ରହଣ କରାଯିବ । ୬ଟି ଜିଲ୍ଲାର ୨୨ ଟି ବିଧାନସଭା ଆସନରେ ୯୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ସ୍ଥିର କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, କୋଭିଡ -୧୯ର ସୁରକ୍ଷା ପ୍ରୋଟୋକଲ ଅନୁସରଣ କରି ୧୨୪୭ ମତଦାନ କେନ୍ଦ୍ରରେ ଭୋଟ୍ ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ କେତେକ ପ୍ରତିଷ୍ଠିତ ପ୍ରାର୍ଥୀଙ୍କ ମଧ୍ୟରେ ତିନିଥର ମୁଖ୍ୟମନ୍ତ୍ରୀ ହେଇଥିବା ଇବୋବି ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗେଖଙ୍ଗମ୍ ଗଙ୍ଗମେଇ ରହିଛନ୍ତି । ଉଭୟ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ । ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.