ପରମାଣୁ ଚୁକ୍ତି ପସଂଗରେ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଇରାନ ଇଚ୍ଛା ପ୍ରକାଶ କଲା

ତେହେରାନ : ପରମାଣୁ ଚୁକ୍ତି ସଂପର୍କରେ ଅନ୍ୟ ବିଶ୍ୱ ଶକ୍ତି ସହିତ ଚାଲିଥିବା ଆଲୋଚନାରେ ଇରାନ ସୋମବାର ଆମେରିକା ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି । ସରକାରୀ ସମ୍ବାଦ ଏଜେନ୍ସି ‘ଆଇଆର୍‌ଏନ୍‌ଏ’ ଏହି ସୂଚନା ଦେଇଛି । ଇରାନର ସର୍ବୋଚ୍ଚ ନେତା ଅଜାତୁଲ୍ଲା ଅଲି ଖାମେନେଇ ଇରାନକୁ କ୍ଷତି ପହଞ୍ଚାଇବ ବୋଲି ଆମେରିକା ସହ ସମସ୍ତ ଆଲୋଚନାକୁ ସ୍ଥଗିତ ରଖିଥିଲେ । ତେବେ, ଚଳିତ ମାସ ଆରମ୍ଭରେ ଖାମେନେଇ ଇରାନ ପକ୍ଷକୁ ଆମେରିକା ସହ ଆଲୋଚନା କରିବାକୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶତ୍ରୁ ସହ କଥାବାର୍ତ୍ତା କରିବାର ଅର୍ଥ ଆତ୍ମସମର୍ପଣ ନୁହେଁ ।

Leave A Reply

Your email address will not be published.