ls

ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ

sb

କୋଲକାତା : ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀ(ମୁଖୋପାଧ୍ୟାୟ)ଙ୍କ ୯୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଗତକାଲି ରାତି ୭ଟା ୩୦ରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୂହାଯାଉଛି । ସୂଚନା ଅନୁସାରେ ତାଙ୍କର ଗୋଡ଼ ଭାଙ୍ଗିଯିବାରୁ ଗତ ଜାନୁଆରୀ ୨୭ରେ ତାଙ୍କୁ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ତାଙ୍କର କୋଭିଡ୍‌ ପଜିଟିଭ୍‌ ଆସିଥିଲା । ପରେ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.