ପାକିସ୍ତାନ : ୧୨ ବର୍ଷର ଶିଶୁକୁ ଅପହରଣ, ବଳାତ୍କାର ଓ ଜବରଦସ୍ତ ବିବାହ

ଇସଲାମାବାଦ : ଅମାନବୀୟ ନିର୍ୟାତନା ପରେ ପାକିସ୍ତାନର ଜଣେ ୧୨ ବର୍ଷର ଖ୍ରୀଷ୍ଟିଆନ ଝିଅକୁ ଶେଷରେ ଉଦ୍ଧାର କରାଯାଇଛି । ପୀଡ଼ିତାଙ୍କୁ ଅପହରଣ କରି ତାଙ୍କୁ ଜବରଦସ୍ତ ବାନ୍ଧି ରଖିବା ସହ ଜଣେ ବ୍ୟକ୍ତିଙ୍କୁ ବିବାହ କରାଯାଇଥିଲା । ଏହି ଝିଅଟିକୁ ୪୫ ବର୍ଷୀୟ ଜଣେ ମୁସଲମାନ ବ୍ୟକ୍ତିଙ୍କ ଘରେ ବନ୍ଦୀ ରଖା ଯାଇଥିଲା, ଯେଉଁଠାରେ ଦିନସାରା ତାଙ୍କୁ ପଶୁ ଗୋବର ଉଠାଇବାକୁ ପଡ଼ୁଥିଲା । ଗତ ମାସରେ ଯେତେବେଳେ ଫେସଲାବାଦରେ ପୋଲିସ ଏହି ଝିଅକୁ ଉଦ୍ଧାର କରିଥିଲା, ସେତେବେଳେ ତାଙ୍କ ଗୋଡରେ ବନ୍ଧା ହୋଇଥିବା କ୍ଷତ ଚିହ୍ନ ବି ଦେଖା ଦେଇଥିଲା ।

ଅଭିଯୋଗ ହୋଇଛି ଯେ, ଶିଶୁର ପରିବାର ପୋଲିସ ନିକଟରେ ଅନେକ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଇଥିଲା । ଶିଶୁର ବାପା କହିଛନ୍ତି, ଝିଅଟିକୁ ଦାସ ଭାବରେ ରଖାଯାଇଥିଲା। ତାଙ୍‌ଙ୍କୁ ପଶୁମାନଙ୍କ ଅପରିଷ୍କାର ଗୋବର ସଫା ଭଳି କାମ ଦିନସାରା କରିବାକୁ ବାଧ୍ୟ କରା ଯାଉଥିଲେ । ୨୪ ଘଣ୍ଟା ବନ୍ଧନରେ ରଖା ଯାଉଥିଲା । ପରିବାର ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ଜୁନରେ ନାବାଳିକାକୁ ଅପହରଣ କରାଯାଇଥିଲା ଏବଂ ଅନେକ ଥର ବଳାତ୍କାର କରାଯାଇଥିଲା ।

Leave A Reply

Your email address will not be published.