ପାକ୍ ଅଧିକୃତ କାଶ୍ମୀର କାହାର ?…. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ କ’ଣ କହିଲେ, ଆସନ୍ତୁ ଜାଣିବା

ଜାମ୍ମୁ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ ଅଛନ୍ତି ଏବଂ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ସମ୍ପର୍କରେ ସେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ‘ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି । ପାକ୍ ଅକ୍ତିଆର ହୋଇଥିବା କାଶ୍ମୀର ଭାରତର ଏକ ଅଂଶ ଥିଲା ଏବଂ ଏହା ଭାରତର ଏକ ଅଂଶ ରହିଥିଲା ଏବଂ ରହିବ । ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତଥା ଆର୍‌ଏସ୍‌ଏସ୍‌ର ମହାସଚିବ ଦତ୍ତାତ୍ରେୟ ହୋସବାଲେ କାର୍ଗିଲ ବିଜୟ ଦିବସ ଉତ୍ସବରେ ଭାଗ ନେବାକୁ ଜାମ୍ମୁରେ ପହଞ୍ଚିଛନ୍ତି ।

ରାଜନାଥ ସିଂ କହିଛନ୍ତି, ‘ଭାରତର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ଶହୀଦ ହୋଇଥିବା ସୈନିକମାନଙ୍କ ଅବଦାନକୁ ଦେବ କେବେ ଭୁଲି ପାରିବନାହିଁ । ମୁଁ ସେମାନଙ୍କ ସ୍ମୃତିରେ ମୁଣ୍ଡ ନୁଆଁଇ ନମନ କରୁଛି । ରାଜନାଥ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଏହି ସମଗ୍ର ଅଞ୍ଚଳ ‘ମୁଖ୍ୟ ଯୁଦ୍ଧ ଥିଏଟର’ ହୋଇ ରହିଛି । ସ୍ୱାଧୀନତା ପରଠାରୁ ସମଗ୍ର ଅଞ୍ଚଳ ଶତ୍ରୁମାନଙ୍କ ଦୃଷ୍ଟିରେ ଥିଲା, କିନ୍ତୁ ଭାରତୀୟ ସୈନ୍ୟମାନେ ସେମାନଙ୍କର ବୀରତ୍ୱ ଏବଂ ବଳିଦାନ ଯୋଗୁଁ ଶତ୍ରୁମାନଙ୍କ ଯୋଜନାକୁ ଖଣ୍ଡନ କରିଥିଲେ ।

Leave A Reply

Your email address will not be published.