oom

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ଦେଶର ସମସ୍ତ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି

jsmm

• ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ଥିବା ସମବାୟ ନିବନ୍ଧକ ଏବଂ ୧୩ଟି ରାଜ୍ୟରେ କାର୍ଯ୍ୟକରୁଥିବା ୧୮୫୧ଟି କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କମ୍ପ୍ୟୁଟରୀକରଣ ଓ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେକେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ
• ଦେଶର ସମସ୍ତ ପ୍ୟାକ୍ସର କମ୍ପ୍ୟୁଟରୀକରଣ ଯୋଜନା ଅନୁଯାୟୀ ୧୩ଟି ରାଜ୍ୟର କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର ସମସ୍ତ ୟୁନିଟକୁ ଏକ ଜାତୀୟ ସମନ୍ୱିତ ସଫ୍ଟୱେର ମାଧ୍ୟମରେ କମ୍ପ୍ୟୁଟରୀକରଣ କରାଯିବ
• କେନ୍ଦ୍ରୀୟ ନିବନ୍ଧକଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ ଭଳି ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯିବ
• ଏହି ଯୋଜନା ପାଇଁ ଏକ କେନ୍ଦ୍ରୀୟ ପ୍ରକଳ୍ପ ଅନୁଧ୍ୟାନ ୟୁନିଟ୍ (ପିଏମୟୁ) ଗଠନ କରାଯିବ ଯାହା ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବ, ଯୋଜନା ପାଇଁ ଖର୍ଚ୍ଚ ହେବ ୨୨୫.୦୯ କୋଟି ଟଙ୍କା
• ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲୋକମାନେ ରାଜ୍ୟ ସମବାୟ ବିଭାଗ ଓ ଏଆରଡିବି କାର୍ଯ୍ୟାଳୟରୁ ଶୀଘ୍ର ଉପଲବ୍ଧ ସେବା ପାଇବା ସହ ଏହି କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟପଦ୍ଧତିରେ ସ୍ୱଚ୍ଛତା ଓ ସମାନତା ଆସିପାରିବ, ଯାହା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ସମୟ ସଞ୍ଚୟ କରିବ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଭାରତ ସରକାର ଦେଶର ସମସ୍ତ ସମବାୟ ସମିତିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।
ଏହି କ୍ରମରେ ସମସ୍ତ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ପ୍ରଦେଶରେ ଥିବା ସମବାୟ ନିବନ୍ଧକ ଏବଂ ୧୩ଟି ରାଜ୍ୟରେ କାର୍ଯ୍ୟକରୁଥିବା ୧୮୫୧ଟି କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କମ୍ପ୍ୟୁଟରୀକରଣ ଓ ଅଧିକ କ୍ଷମତା ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଦେଶର ସମସ୍ତ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍)ର କମ୍ପ୍ୟୁଟରୀକରଣ ଅନୁରୂପ, ଏକ ଜାତୀୟ ସମନ୍ୱିତ ସଫ୍ଟୱେର୍ ମାଧ୍ୟମରେ ୧୩ଟି ରାଜ୍ୟରେ କାର୍ଯ୍ୟକରୁଥିବା ୧୮୫୧ଟି କୃଷି ଓ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ଗୁଡ଼ିକର ସମସ୍ତ ୟୁନିଟର କମ୍ପ୍ୟୁଟରୀକରଣ କରାଯିବ । ସେହିପରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତି ନିବନ୍ଧକ କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇ ସେଗୁଡ଼ିକୁ ଅଧିକ କ୍ଷମତା ସମ୍ପନ୍ନ କରାଯିବ । ଏଥିନିମନ୍ତେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାକୁ ଅନୁମୋଦନ ମିଳିଛି।
ଏହି ଯୋଜନା ପାଇଁ ଏକ କେନ୍ଦ୍ରୀୟ ପ୍ରକଳ୍ପ ମନିଟରିଂ ୟୁନିଟ୍ (ପିଏମୟୁ) ଗଠନ କରାଯିବ ଯାହା ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବ।ଯୋଜନାରେ ମୋଟ୍ ଆନୁମାନିକ ୨୨୫.୦୯ କୋଟି ଟଙ୍କା ବ୍ୟୟ କରାଯିବ ।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୋଟିଏ ପଟେ ରାଜ୍ୟ ସମବାୟ ବିଭାଗ ଓ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ଏଆରଡିବି)ର କାର୍ଯ୍ୟାଳୟରୁ ଲୋକମାନେ ଶୀଘ୍ର ଉପଲବ୍ଧ ହେଉଥିବା ସେବା ପାଇପାରିବେ।ଅନ୍ୟପଟେ ଏହି କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟରେ ସ୍ୱଚ୍ଛତା ଓ ସମାନତା ଆସିବ, ଯାହା କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ସମୟ ସଞ୍ଚୟ କରିବ।

jittmm
Leave A Reply

Your email address will not be published.