ls

ଓଡିଶା ସମେତ ୧୦ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ୁଛି

sb

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ୧୦ଟି ରାଜ୍ୟ ଦେଶ ପାଇଁ ଚିନ୍ତା ବଢ଼ାଉଛି । ୧୦ ରାଜ୍ୟ ଭିତରେ ଓଡିଶା ସହ ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି ସମ୍ଭାଳିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି । ଦେଶ ପାଇଁ ଚିନ୍ତା ବଢ଼ାଇଥିବା ୧୦ ରାଜ୍ୟ ଗୁଡ଼ିକ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ୟୁପି, ଗୁଜୁରାଟ, ଓଡିଶା, ଦିଲ୍ଲୀ ଏବଂ ରାଜସ୍ଥାନରେ ସଂକ୍ରମଣ ଶୀର୍ଷରେ ରହିଥିବା ସୂଚନାରେ କୁହାଯାଇଛି । ସୂଚନା ଅନୁସାରେ ବିଶ୍ୱରେ ଏବେ କୋଭିଡର ଚତୁର୍ଥ ଲହର ଚାଲିଥିବା ବେଳେ ଭାରତରେ ଏହାର ତୃତୀୟ ଲହର ଚାଲିଛି । କରୋନା ବିରୋଧ ଲଢେଇରେ ଟୀକାକରଣ ଏକ ବଡ ଅସ୍ତ୍ର ସାଜିଛି । ବହୁଳ ଟୀକାକରଣ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ଦେଶରେ ତୃତୀୟ ଲହର ସମୟରେ ମୃତ୍ୟୁ ହାର ବେଶ୍ କମ୍ ରହିଛି ବୋଲି ଆଇସିଏମଆର ପକ୍ଷରୁ କୁହାଯାଉଛି ।

pc pk
Leave A Reply

Your email address will not be published.